Sat. Mar 7th, 2026

ମାଲକାନଗିରି ସୀମାନ୍ତରେ ନକ୍ସଲଙ୍କ ସହିଦ ସ୍ତମ୍ଭକୁ ଉଡ଼ାଇଦେଲେ ଯବାନ

179 Views

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡା ଜିଲ୍ଲାରେ ନକ୍ସଲଙ୍କ ସହିଦ ସ୍ତମ୍ଭକୁ ଧ୍ବସଂ କରି ଦେଇଛନ୍ତି ଯବାନ। ଘଞ୍ଚ ଜଂଗଲରେ ନିହତ ନକ୍ସଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା। କମ୍ବିଂ ଅପରେସନରେ ଯାଇଥିବା ଯବାନ ଅରନପୁର ଥାନା ଅନ୍ତର୍ଗତ ପୋଟାଲି ମିଲକାନା ଅଂଚଳରେ ଏକ ସହିଦ ସ୍ତମ୍ଭକୁ ଦେଖିବାକୁ ପାଇଥିଲେ। ତେଣୁ ବିଳମ୍ବ ନ କରି ସେଥିରେ ବୋମା ଖଞ୍ଜି ବିସ୍ଫୋରଣ କରିଥିଲେ। ଫଳରେ କିଛି ମିନିଟ ମଧ୍ୟରେ ସ୍ତମ୍ଭଟି ମାଟିରେ ମିଶି ଯାଇଥିଲା।

ନକ୍ସଲ ଜଂଗଲରେ ଏଭଳି ସହିଦ ସ୍ତମ୍ଭ କରି ନିହତ ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆସୁଛନ୍ତି। ବିଶେଷ କରି ସହିଦ ଦିବସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସହିଦ ସ୍ତମ୍ଭକୁ ପ୍ରତୀକ ରୂପେ ନକ୍ସଲ ବ୍ୟବହାର କରି ଆସୁଛନ୍ତି। ଏପରିକି ଲୋକଙ୍କୁ ଏଠାକୁ ଡାକି ନାଚଗୀତ ମଧ୍ୟ କରିଥାନ୍ତି। ତେବେ ଏହି ସ୍ତମ୍ଭକୁ ଠାବ କରିବା ପରେ ସମଗ୍ର ଅଂଚଳକୁ ପୁଲିସ ସିଲ୍‌ କରିଦେବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଜଣାପଡ଼ିଛି। ନକ୍ସଲ ପ୍ରବଣ ଅଧିକାଂଶ ଗ୍ରାମ ନିକଟ ଜଂଗଲରେ ଏଭଳି ସହିଦ ସ୍ତମ୍ଭ ପ୍ରାୟତଃ ଦେଖିବାକୁ ମିଳେ। ତେବେ ଯେତେବେଳେ ସୁରକ୍ଷାକର୍ମୀ କମ୍ବିଂ କିମ୍ବା ସର୍ଚ୍ଚ ଅପରେସନରେ ବାହାରନ୍ତି ସେତେବେଳେ ସହିଦ ସ୍ତମ୍ଭଗୁଡ଼ିକକୁ ଭାଙ୍ଗି ଦିଅନ୍ତି କିମ୍ବା ବୋମା ଲଗାଇ ଉଡ଼ାଇ ଦେଇଥାନ୍ତି।

By amfnews

Related Post