Wed. Apr 2nd, 2025

ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା, ଲୋକେ ଆତଙ୍କିତ !

By amfnews Sep 13, 2019 #Featured
154 Views

ମାଲକାନଗିରି : ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ମିଳିଥିବା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହାଇଟେକ୍ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ନିକଟରେ ଥିବା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ସେଥିଭିତରୁ ତିନିଟି ପ୍ଲାଷ୍ଟିକ୍ ଅଣ୍ଡା ଥିବାର ସୂଚନା ରହିଛି।

ଏହି ପ୍ଲାଷ୍ଟିକ୍ ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି। ଖାଲି ସେତିକି ନୁହେଁ ଏହି ଅଣ୍ଡାଗୁଡ଼ିକର ଆକାର ବି ଟିକେ ଅଲଗା। ପ୍ଲାଷ୍ଟିକ୍ ଅଣ୍ଡାଗୁଡ଼ିକ ଟିକେ ଗୋଲ୍ ଦିଶୁଛି।

ଏହି ଅଣ୍ଡା ସଂପର୍କରେ ଦୋକାନୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ହୋଲସେଲ ଦୋକାନରୁ ସେ କିଣିଛନ୍ତି। ଏହାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଛି। କାରଣ ସ୍କୁଲମାନଙ୍କର ମଧ୍ୟାହ୍ନ ଭୋଜନରେ ଏବଂ ଅଙ୍ଗନବାଡ଼ିମାନଙ୍କରେ ବି ଅଣ୍ଡା ଖାଇବାକୁ ଦିଆଯାଉଛି। ଅପରପକ୍ଷରେ ଏଯାବତ୍ ସରକାରଙ୍କ କୌଣସି ବିଭାଗ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ।

By amfnews

Related Post