Wed. Mar 11th, 2026

ମାଲକାନଗିରି: ପ୍ରବଳ ବର୍ଷାରେ ଯୋଗାଯୋଗ ବିଛିନ୍ନ, ମାଲକାନଗିରି ସହର ଭିତରେ ୨ ଫୁଟର ପାଣି

304 Views

ମାଲକାନଗିରି : ବଙ୍ଗୋପସାଗରେ ସୃଷ୍ଟି ହୋଇଥିିବା ସାମୁଦ୍ରିକ ଝଡ଼ଓ ଅବପାତ ପ୍ରଭାବରେ ମାଲକାନଗିରି ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବିଭିନ୍ନ ସ୍ଥାନରେ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡ଼ିଛି। କାଲିମେଳା ଜଳଭଣ୍ଡାର ଉବୁଟୁବୁ ଅବସ୍ଥାରେ ଥିବା ବେଳେ ଗୁରୁପ୍ରିୟା ସେତୁର ଛାକୁ ପାଣି ଲାଗିଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି।


ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ହାରାହାରି ୧୬୬ ମିମି ବର୍ଷା ହୋଇଥିବା ରେକର୍ଡର୍ କରାଯାଇଛି। ସେଥିମଧରୁ କୋରକୋଣ୍ଡାରେ ସର୍ବାଧିକ ୪୦୩ ମିମି ବର୍ଷା ହୋଇଥିିବା ବେଳେ ମାଲକାନଗିରିରେ ୨୬୫.୪ ମିମି ବର୍ଷା ହାଇଥିବା ରେକର୍ଡ କରାଯାଇଛି। ଏହି ବର୍ଷା ଯୋଗୁଁ ମାଲକାନଗିରି – ମୋଟୁ ମଧ୍ୟରେ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି। ବର୍ଷା ପାଣି ରାସ୍ତା ବୁଡ଼ାଇ ପ୍ରବାହିତ ହେଉଥିବାରୁ ମାଲକାନଗିରି- କାଲିିମେଳା, କାଲିମେଳା- ପଡ଼ିଆ, କାଲିମେଳା -ଏମଭି ୭୯, ଏମଭି ୭୯- ମୋଟୁ, ମାଲକାନଗିରି – ବାଲିମେଲା ରାସ୍ତା ବୁଡ଼ିଯାଇ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ବାଲିମେଳା ଜଳଭଣ୍ଡାରର ଜଳସ୍ତର ୧୫୧୫ ପଯରେ ରହିଛି। ଖୁବ୍‌ ଶୀଗ୍ର ବାଲିମେଳା ଜଳଭଣ୍ଡାରର ଗେଟ ଖୋଲାଯାି ଜଳ ନିଷ୍କାସନ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷେ ନିକଟରେ ଉଦ୍‌ଘାଟିତ ଗୁରୁପ୍ରିୟା ସେତୁର ବେରିଂ ଠାରୁ ମାତ୍ର ୧ ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଛି।
କେବଳ ସେତିକି ନୁହେଁ, ମାଲକାନଗିରି ସହରରେ ୨୬୫ ମିମି ବର୍ଷା ହେବା ପରେ ସହର ଭତରେ ସବୁ ଅଞ୍ଚଳରେ ପ୍ରାୟ ୨ ଫୁଟ ବର୍ଷା ପାଣି ଜମି ରହିଛି। ଜଳ ନିଷ୍କାସନ ଠିକ୍‌ ଭାବେ ହେଇ ପାରୁ ନ ଥିବାରେୁ ଲେକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।
ସେହିପରି ଗୁରୁପ୍ରିୟା ସେତୁ ନିକଟରେ ଥିବା ଜାନୁବାଇ ହସ୍‌ପଟାଲ ଭିତରେ ପ୍ରାୟ ୨ ଫୁଟର ବର୍ଷା ଜଳ ଭର୍ତ୍ତି ହୋଇ ରହିଥିବାରୁ ସେଠାରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

By amfnews

Related Post