Sat. Jan 11th, 2025

ମାଲକାନଗିରିରେ ବନ୍ୟା ସ୍ଥିତି: ପୋଲ ଉପରେ ୪ ଫୁଟ ପାଣି, ଅନେକ ଗାଁ ଯୋଗାଯୋଗ ବିଚ୍ଛିନ୍ନ

By amfnews Aug 13, 2020 #Featured
149 Views

ଭୁବନେଶ୍ୱର, ଅଗଷ୍ଟ ୧୩  : ଲଘୁଚାପ ବର୍ଷାକୁ ସାରା ରାଜ୍ୟର ଚାଷୀଙ୍କ ସମେତ ଲୋକେ ଅପେକ୍ଷା କରିଛନ୍ତି । କିନ୍ତୁ ରାଜ୍ୟର ଅଧିକାଂଶ ଅଚଳରେ ଗତ ୯ତାରିଖରୁ ହେବାକୁ ଥିବା ଲଘୁଚାପ ବର୍ଷା ଖୁସି କରିପାରି ନାହିଁ । ରାଜ୍ୟର ଅଧିକାଂଶ ଅଂଚଳ ସୁଖିଲା ପଡ଼ିଛି । ଲୋକେ ବର୍ଷାକୁ ଚାତକ ପକ୍ଷୀ ଭଳି ଅପେକ୍ଷା କରିଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାବାସୀଙ୍କୁ ଲଗାଣ ବର୍ଷା ଡହଳବିକଳ କରିଛି ।

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏଠାରେ ଥିବା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଜଳ ସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁ ଜଳମଗ୍ନ ହୋଇଛି । କୃଷି କ୍ଷେତ୍ର ମଧ୍ୟ ବୁଡ଼ି ରହିଛି । ଅନେକ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଟେରୁ, କାଙ୍କରକୋଣ୍ଡା, ଏମଭି୯୦ ନିକଟ ପୋଲ ଉପରେ ୪ ଫୁଟ ଜଳ ପ୍ରବାହିତ ହେଉଛି । ମାଲକାନଗିରିରୁ କାଲିମେଳା, କାଲିମେଳାରୁ ମୋଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

By amfnews

Related Post