Fri. Dec 27th, 2024

ମାଲକାନଗିରିରେ ବନ୍ୟା: କାଲିମେଳା-ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ, ଚାଷ ଜମି ବ୍ୟାପକ କ୍ଷତି

By amfnews Aug 17, 2020 #Featured
154 Views

ଭୁବନେଶ୍ୱର, ଅଗଷ୍ଟ ୧୭ : ବିଗତ ୫ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣି ଯୋଗୁଁ କାଲିମେଳା-ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାଙ୍କରକୋଣ୍ଡା ପୋଲ ଉପରେ ପାଣିଯୋଗୁଁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଟେରୁ, ଏମଭି-୩୭, ପାଙ୍ଗାମା ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । କିନ୍ତୁ ମାଲକାନଗିରିରୁ କାଲିମେଳା ଓ ଜୟପୁରକୁ ଗମନାଗମନ ସ୍ୱାଭାବିକ ହୋଇଛି ।

ସେହିପରି ଶହ ଶହ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କରକୋଣ୍ଡା ପୋଲ ଉପରେ ୮ରୁ ୧୦ ଫୁଟ ପାଣି ପ୍ରବାହିତ ହେଉଛି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ସୀମାବର୍ତ୍ତୀ ମୋଟୁର ମୁଗି ପଏଣ୍ଟ ବୁଡ଼ିଯାଇଛି । ମୋଟୁର ତଳିଆ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବର୍ଷା ଯୋଗୁଁ ଭାସିଯାଉଥିବା ଏକ ଟ୍ରକକୁ ସ୍ଥାନୀୟ ଲୋକେ ବାନ୍ଧି ରଖିଛନ୍ତି । ସେହିପରି କନ୍ୟାଶ୍ରମ ପୋଲରେ ପାଣି ପ୍ରବାହିତ ହେଉଛି ।

By amfnews

Related Post