Sat. Mar 7th, 2026

ମାଲକାନଗିରିରେ ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ, ୭ ଆକ୍ରାନ୍ତ

218 Views

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ତାମନପଲିରେ ଅଜଣା ରୋଗରେ ୧୫ ଦିନରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏବେ ବି ସେଠାରେ ଅଜଣା ରୋଗରେ ୭ ଆକ୍ରାନ୍ତ ଥିବାର ସୂଚନା ମିଳିଛି। ଗାଁରେ କାଲିମେଳା ମେଡିକାଲର ଏକ ଡାକ୍ତରୀ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଆରମ୍ଭ କରିଛି।

ଯାହା ଜଣାପଡ଼ିଛି ସେହି ଅଞ୍ଚଳରେ ଏହି ଅଜଣା ରୋଗରେ ପ୍ରତି ଦୁଇଦିନରେ ଜଣେ ଶିଶୁର ଅଜଣା ରୋଗରେ ମୃତ୍ୟୁ ଘଟୁଛି।ଏପରିକି ଏକ ବର୍ଷରୁ କମ୍ ବୟସର ଶିଶୁ ବି ଏହି ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

ଅପରପକ୍ଷରେ ଏହାକୁ ନେଇ ଡାକ୍ତରମାନେ କହୁଛନ୍ତି ଯେ ପାଗ ପରିବର୍ତ୍ତନ ଯୋଗୁଁ ଶିଶୁମାନେ ଜ୍ବର, ଥଣ୍ଡା କାଶ ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ଏହା ସେମାନଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଶିଶୁମାନଙ୍କର ରକ୍ତ ପରୀକ୍ଷାଲାଗି ପଠାଯାଇଥିବା ଜଣାଯାଇଛି। ଏହି ରିପୋର୍ଟ ଆସିଲେ ଅସଲ କାରଣ ଜଣାପଡ଼ିବ।ତେବେ ଏହାକୁନେଇ ସେହି ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

By amfnews

Related Post