Sat. Mar 7th, 2026

ମାର୍କେଟ ବିଲ୍‌ଡିଂରେ ଶୋଭା ପାଇଲା ହକି ବିଶ୍ବକପ୍ ଟ୍ରଫିର ପ୍ରତିକୃତି

279 Views

ଭୁବନେଶ୍ବର : ନଭମ୍ବେର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ବକପ୍‌ ପୂର୍ବରୁ ଏହାର ପ୍ରଚାର ପ୍ରସାର କରିବା ସହ ରାଜଧାନୀବାସୀଙ୍କ ମଧ୍ୟରେ ହକି ମାନିଆ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନରେ ହକି ବିଶ୍ବକପ୍ ଟ୍ରଫିର ପ୍ରତିକୃତିକୁ ପ୍ରଦର୍ଶିତ କରାଯାଉଛି। ୟୁନିଟ-୨ସ୍ଥିତ ମାର୍କେଟ୍ ବିଲଡିଂରେ ୮ଫୁଟର ଏକ ପ୍ରତିକୃତିକୁ ଆଜି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଲୋକାର୍ପିତ କରିଛନ୍ତି।

ହକି ବିଶ୍ବକପ୍ ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ପ୍ରତିକୃତି ଏଠାରେ ରହିବ। ମାର୍କେଟ୍ ବିଲଡିଂକୁ ଆସୁଥିବା ଲୋକ ଏଠାରେ ସେଲ୍‌ଫି ଉଠାଇବା ସହ ହକି ବିଶ୍ବକପ୍ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ। ୟୁନିଟ-୨ ମାର୍କେଟ୍ ବିଲଡିଂ ବ୍ୟତୀତ ଆଉ ୬ଟି ସ୍ଥାନରେ ବି ଏହିଭଳି ପ୍ରତିକୃତି ପ୍ରଦର୍ଶିତ ହେବ। ହକି ବିଶ୍ବକପ୍‌ ଆରମ୍ଭ ହେଲେ ଷ୍ଟାଡିୟମରେ ନିର୍ମାଣ ହେବାକୁ ଥିବା ଫ୍ୟାନ୍ ଭିଲେଜ୍‌ରେ ଏହି ସବୁ ପ୍ରତିକୃତିକୁ ପ୍ରଦର୍ଶିତ କରାଯିବ। ଆଜିର ଲୋକାର୍ପଣ ଉତ୍ସବରେ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଏବଂ ମାର୍କେଟ୍ ବିଲଡିଂ ବ୍ୟବସା‌ୟୀ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।

By amfnews

Related Post