Sat. Nov 23rd, 2024

ମାମଲାର ଶୁଣାଣୀ ପାଇଁ ହାଇକୋର୍ଟ ରେ ଜାରି ହେଲା ନୂଆ ଏସଓପି, ଫେବୃଆରୀ ୧୫ ରୁ ହେବ ଲାଗୁ

By amfnews Feb 12, 2021 #Featured
145 Views

କଟକ, ଫେବୃଆରୀ ୧୨ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟରେ ମାମଲାର ଶୁଣାଣୀ ପାଇଁ ପୂର୍ବରୁ ଏସଓପି ଜାରି କରାଯାଇଥିଲା । ବର୍ତମାନ ପୁଣି ଥରେ ଆଉ ଏକ ନୂଆ ଏସଓପି ଜାରି କରାଯାଇଛି ହାଇକୋର୍ଟରେ ମାମଲାର ଶୁଣାଣୀକୁ ନେଇ । 

ଏଣିକି ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡରେ ହୋଇ ପାରିବ ଶୁଣାଣୀ । ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଭର୍ଚୁଆଲ ମାଧ୍ୟମରେ ଶୁଣାଣୀ ହେଉଥିବା ବେଳେ ଏବେ ଫିଜିକାଲ ମୋଡରେ ବି ଶୁଣାଣୀ ହୋଇ ପାରିବ ବୋଲି ଏସଓପି ଜାରି କରାଯାଇଛି ।

ନୂଆ ଏସଓପିରେ କୋର୍ଟ ପରିସରରେ ଭିଡ କମାଇବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କେବଳ ଆବେଦନ କାରୀ ଯେଉଁମାନେ ପକ୍ଷ ରଖିବେ ଓ ତାଙ୍କ ସହିତ ମାମଲା ଲଢୁଥିବା ଓକିଲ ଓ ତାଙ୍କ କ୍ଳର୍କଙ୍କୁ ଶୁଣାଣୀ ସମୟରେ ହାଇକୋର୍ଟ ପରିସରକୁ ଯିବାକୁ ଅନୁମତି ଦିଆଯିବ । 

ଏଥିସହିତ ଓକିଲ ମାନଙ୍କ ଉପସ୍ଥିତି କୁ ନେଇ ମଧ୍ୟ ଏସଓପିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏବେଠାରୁ ମାମଲାର ଶୁଣାଣୀ ପାଇଁ ବିକଳ୍ପ ଚୟନର ବ୍ୟବସ୍ଥା ରହିବ । ବ୍ୟକ୍ତିଗତ ଉପସ୍ଥିତି ବା ଫଜିକାଲ୍ ଓ ଭର୍ଚୁଆଲ ମୋଡ ଉଭୟରେ ଶୁଣାଣୀ ହୋଇ ପାରିବ । 

ମାମଲାର ଶୁଣାଣୀ କେଉଁ ମୋଡରେ ହେବ ତାହା ଆବେଦନ କାରୀ ବା ଆଇନଜୀବୀ ଚୟନ କରିପାରିବେ । କେବଳ କୋର୍ଟ ପାସ୍ ଦେଖାଇବା ପରେ ହିଁ ହାଇକୋର୍ଟ ଭିତରକୁ ପ୍ରବେଶ ଅନୁମତି ମିଳିପାରିବ ।

By amfnews

Related Post