Wed. Mar 11th, 2026

ମାନହାନୀ ମାମଲାରେ ସୁରାଟ ଅଦାଲତରେ ହାଜର ହେଲେ ରାହୁଳ ଗାନ୍ଧୀ, ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ ତାରିଖ

150 Views

ନୂଆଦିଲ୍ଲୀ  : ଗୁରୁବାର ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଓ୍ଵାୟନାଡ଼ାର ସାଂସଦ ରାହୁଳ ଗାନ୍ଧୀ ଗୁଜରାଟର ସୁରାଟ ସହରରେ ଥିବା ଗୋଟାଏ ସ୍ଥାନୀୟ ଅଦାଲତରେ ହାଜର ହୋଇଥିଲେ। ସବୁ ଚୋରମାନଙ୍କ ସାଗ୍ୟାଁ କାହିଁକି ମୋଦୀ ବୋଲି ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ସେ କହିଥିବାରୁ ତାଙ୍କ ନାମରେ ମାନହାନୀ ମୋକଦ୍ଦମା କରାଯାଇଥିଲା।

‘ମୋଦୀ ସାଗ୍ୟାଁ’ ମନ୍ତବ୍ୟ ସଂକ୍ରାନ୍ତ ମାନହାନୀ ମୋକଦ୍ଦମାର ବିଚାର ପାଇଁ ରାହୁଳ ମାଜିଷ୍ଟେରିଆଲ୍‌ କୋର୍ଟରେ ହାଜର ହୋଇଥିଲେ। ବ୍ୟକ୍ତିଗତ ହାଜିରାରୁ ସ୍ଥାୟୀ ଭାବେ ମୁକ୍ତି ପାଇବାକୁ ସେ ଆବେଦନ କରିଥିଲେ। ତାଙ୍କ ଆବେଦନର ଉତ୍ତର ଦେଇ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ବି ଏଚ୍‌ କପାଡ଼ିଆ ଡିସେମ୍ବର ୧୦ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି।

ସବୁ ଚୋରଙ୍କ ସାଗ୍ୟାଁ ମୋଦୀ ବୋଲି କହି ସେ କିଛି ଭୁଲ୍‌ କରି ନାହାନ୍ତି ବୋଲି ରାହୁଳ ଅଦାଲତଙ୍କୁ କହିଥିଲେ। ସ୍ଥାନୀୟ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ମାନହାନୀ ସଂକ୍ରାନ୍ତ ଦଣ୍ଡବିଧି ସହ ସମ୍ପୃକ୍ତ ଆଇପିସି ଧାରା ୪୯୯ ଏବଂ ୫୦୦ ଆଧାରରେ ରାହୁଳଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

By amfnews

Related Post