Sat. Mar 7th, 2026

ମାନସିକ ବିକୃତ ଯାତ୍ରୀଙ୍କ ଉତ୍ପାତ ଯୋଗୁଁ ଭୁବନେଶ୍ୱରେ ଜରୁରୀ ଅବତରଣ କଲା ହାଇଦ୍ରାବାଦ-ଗୌହାଟି ବିମାନ

300 Views

ଭୁବନେଶ୍ୱର: ରବିବାର ସକାଳେ ଜଣେ ମାନସିକ ବିକାରଗ୍ରସ୍ତ ବିମାନଯାତ୍ରୀ ଉତ୍ପାତ କରିବାରୁ ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଗୋଟାଏ ବିମାନ ପଥ ପରବର୍ତ୍ତନ କରି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା।

ମାନସିକ ବିକୃତ ବ୍ୟକ୍ତିଜଣକ ହେଉଛନ୍ତି ୨୦ ବର୍ଷିୟ ଇର୍ଶାଦ୍‌ ଅଲି। ତାଙ୍କର ଅସ୍ୱାଭାବିକ ଆଚରଣ ଯୋଗୁଁ ସକାଳ ୬: ୧୦ ମିନିଟ୍‌ରେ ସମ୍ପୃକ୍ତ ବିମାନଟି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା।

ଅର୍ଶଦ୍‌ଙ୍କୁ ବିମାନରୁ ଓହ୍ଲାଇ ଦେଇ ପୁଲିସ ଜିମାରେ ଦିଆଯାଇଥିଲା। ଚିକିତ୍ସା ପୁଲିସ ତାଙ୍କୁ ନେଇ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି। ସକାଳ ୭: ୧୩ ମିନିଟ୍‌ରେ ପୁନଶ୍ଚ ବିମାନଟି (ଫ୍ଲାଇଟ୍‌ ନମ୍ବର ୬ଇ୪୬୨) ତା’ର ଗନ୍ତବ୍ୟସ୍ଥଳ ଗୌହାଟି ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

By amfnews

Related Post