Sat. Mar 7th, 2026

ମାଦକ ଦ୍ରବ୍ୟ ତଦନ୍ତ ଘଟଣାରେ ହାସ୍ୟାଭିନେତ୍ରୀ ଭାରତୀ ସିଂହଙ୍କ ସ୍ୱାମୀ ଗିରଫ

215 Views

ମୁମ୍ବାଇ: ଗଞ୍ଜେଇ ରଖିବା ଏବଂ ବ୍ୟବହାର କରିବା ଅଭିଯୋଗ ଘଟଣାରେ ହାସ୍ୟାଭିନେତ୍ରୀ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ରବିବାର ସକାଳେ ଗିରଫ କରାଯାଇଛି।

‘ନାର୍କୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ ୧୫ ଘଣ୍ଟା ଧରି ପଚରା ଉଚୁରା କରିବା ପରେ ୩୩ ବର୍ଷିୟ ଚିତ୍ରନାଟ୍ୟ ଲେଖକ, ପ୍ରଯୋଜକ ଏବଂ ଟିଭି କଳାକାର ଲିମ୍ବାଚିୟାଙ୍କୁ ହାଜତକୁ ନେଇଛି। ଶନିବାର ଦିନ ତାଙ୍କ ପତ୍ନୀ ଭାରତୀ ସିଂହଙ୍କୁ ଗିରଫ କରାଯାଇଥିଲା

ସମ୍ପ୍ରତି ଶ୍ରୀମତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଇଛି।

ଶନିବାର ଦିନ ଅନ୍ଧେରୀସ୍ଥିତ ଏକ ଆପାର୍ଟମେଣ୍ଟ୍‌ ପରିସରରେ ଥିବା ଦମ୍ପତିଙ୍କ ବାସଭବନ ତଲାସ କରି ମାଦକଦ୍ରବ୍ୟ-ନିରୋଧୀ ଏଜେନ୍ସି ସ୍ୱଳ୍ପ ପରିମାଣର ଗଞ୍ଜେଇ (୮୬.୫ ଗ୍ରାମ୍‌) ଉଦ୍ଧାର କରିଥିଲା। ଏହାପରେ ପଚରା ଉଚୁରା ନିମନ୍ତେ ତାଙ୍କୁ ‘ଏନ୍‌ସିବି’ର ମୁମ୍ବାଇ କାର୍ଯ୍ୟାଳୟକୁ ନିଆଯାଇଥିଲା।

‘ଏନ୍‌ସିବି’ କହିବା ଅନୁସାରେ, ପଚରାଉଚୁରା ସମୟରେ ଶ୍ରୀମତୀ ସିଂହ ଏବଂ ଶ୍ରୀ ଲିମ୍ବାଚିୟା ଗଞ୍ଜେଇ ଟାଣୁଥିବା କଥା ସ୍ୱୀକାର କରିଥିଲେ।

By amfnews

Related Post