Sat. Jan 18th, 2025

ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ତିନି ଶ୍ରଦ୍ଧାଳୁ ଭୂସ୍ଖଳନରେ ଆହତ

By amfnews Jan 16, 2020 #Featured
112 Views

ନୂଆଦିଲ୍ଲୀ: ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଜଣ ଶ୍ରଦ୍ଧାଳୁ ଭୂସ୍ଖଳନରେ ଆହତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମାତା ବୈଷ୍ଣୋଦେବୀଙ୍କ ବ୍ୟାଟେରି କାର୍ ମାର୍ଗରେ ଥିବା ପଂଛି କଲୋନିରେ ଭୂସ୍ଖଳନ ହେବା ଫଳରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ଏହି ଅଘଟଣ ଘଟିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଆହତ ଦର୍ଶନାର୍ଥୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସେମାନଙ୍କୁ ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡର ନାରାୟଣ ହସ୍ପିଟାଲକୁ ନେଇଥିଲେ । ଆହତ ଦର୍ଶନାର୍ଥୀମାନେ ହେଲେ ଓମପ୍ରକାଶ (୪୯), ମୁକେଶ କୁମାର (୨୮) ଓ ଆମେରିକା ସିଂହ (୪୫) ।

ଗତକାଲି ବିଳମ୍ବିତ ରାତିରେ ଯେତେବେଳେ ଶ୍ରଦ୍ଧାଳୁମାନେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ମନ୍ଦିର ଆଡ଼କୁ ଯାଉଥିଲେ, ସେତେବେଳେ ବୈଷ୍ଣୋଦେବୀର ବ୍ୟାଟେରି କାର ମାର୍ଗରେ ଭୁସ୍ଖଳନ ହୋଇଥିଲା । ତିନି ଜଣ ଶ୍ରଦ୍ଧାଳୁ ଭୂସ୍ଖଳନ ସଂସ୍ପର୍ଶରେ ଆସିଥିଲେ । ରାସ୍ତାରେ ଯାତ୍ରୀମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଆଶ୍ରୟସ୍ଥଳୀଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି ।
ଅପରପକ୍ଷରେ ଆହତ ଓମପ୍ରକାଶ, ମୁକେଶ କୁମାର ଓ ଆମେରିକା ସିଂହଙ୍କର ଚିକିତ୍ସା ଜାରି ରହିଛି । ସମସ୍ତଙ୍କର ଅବସ୍ଥା ଭଲ ଥିବା କୁହାଯାଉଛି । ଏମାନେ ସମସ୍ତେ ଲକ୍ଷ୍ନୌ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ ଗତକାଲି ଏଠାରେ ପହଞ୍ଚିଥିଲେ। ଆସିଥିଲେ ।
ଭୂସ୍ଖଳନ ସୂଚନା ମିଳିବା ପରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସ୍ରାଇନ ପ୍ରଶାସନର କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେମାନେ ଅନ୍ୟ ଦର୍ଶନାର୍ଥୀମାନଙ୍କୁ ସତର୍କ କରାଇ ମାତା ବୈଷ୍ଣୋଦେବୀଙ୍କ ଦର୍ଶନର ବନ୍ଦୋବସ୍ତ କରାଇଥିଲେ।

By amfnews

Related Post