Sat. Nov 23rd, 2024

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, ବାତିଲ ହେଲା ମାଟ୍ରିକ ପରୀକ୍ଷା

By amfnews Apr 21, 2021 #Featured
131 Views

ଭୁବନେଶ୍ୱର, ଏପ୍ରିଲ 21 : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ବାତିଲ ହେଲା ମାଟ୍ରିକ ପରୀକ୍ଷା । CBSE ଓ ICSE ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ ନେଇ ନିଷ୍ପତି ହୋଇଛି । ଏନେଇ ଆଜି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏପରି ପରିସ୍ଥିତିରେ ମାଟ୍ରିକ ପରୀକ୍ଷା କରିବା ସଠିକ ସମୟ ନୁହେଁ । ତେଣୁ ପରୀକ୍ଷା ବାତିଲ କରାଯାଇଛି । ମାଧ୍ୟମିକ ବୋର୍ଡ ପରିଷଦ ଓ ମଦ୍ରସା ବୋର୍ଡ ପରୀକ୍ଷା ବାତିଲ କରାଯାଇଛି । ବୋର୍ଡ ପକ୍ଷରୁ ମାର୍କିଂ କରି ପରୀକ୍ଷା ଫଳ ପ୍ରକାଶ ପାଇବ । ପାଠପଢା ମଧ୍ୟ କରୋନା ପାଇଁ ବ୍ୟାହାତ ହୋଇଛି । 

ଗତକାଲି ପରୀକ୍ଷା ବାତିଲ ଦାବୀରେ ମାଟ୍ରିକ ଛାତ୍ରଛାତ୍ରୀ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ଡ୍ରେସ ପିନ୍ଧି ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ନବୀନ ନିବାସ ଆଗରେ ପ୍ରତିବାଦ କରିଥିଲେ ।

ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିତି ଦେଖି ପରୀକ୍ଷା ବାତିଲ ପାଇଁ ଦାବୀ କରିଥିଲେ ଛାତ୍ରଛାତ୍ରୀ । ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଅନୁରୂପ ଭାବେ ଦାବୀ କରିଥିଲେ ଛାତ୍ରଛାତ୍ରୀ । ଦଶମ ପରୀକ୍ଷା ସ୍ଥଗିତ ନେଇ ପୂର୍ବରୁ ସରକାର ନିଷ୍ପତି ନେଇଛନ୍ତି । ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ଓ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି ।

By amfnews

Related Post