Mon. Jun 9th, 2025

ମାଓ ନେତା କୈଳାସ ର ଅଡିଓ ଟେପ ଜାରି। ଗୁରୁପ୍ରିୟା ସେତୁକୁ ବିରୋଧ।

By amfnews Sep 25, 2018 #Featured
239 Views

ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳରେ ମାଓ ନେତା କୈଳାସଙ୍କ ଅଡିଓ ଟେପ ଜାରି । ବିଚ୍ଛିନ୍ନ ଅଞ୍ଚଳରେ ବନ୍ୟା ପୀଡିତଙ୍କୁ ସହାୟତା ଯୋଗାଇଦେବା, ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିବା ସହ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳ ସ୍ତର କମାଇବା ପାଇଁ ଦାବି କରିଛନ୍ତି।
ଚିତ୍ରକୋଣ୍ଡାରେ ଜାନବାଇ ଠାରେ ଗୁରୁପ୍ରିୟା ସେତୁ ନିର୍ମାଣ କରି ସରକାର କୌଣସି ଉନ୍ନୟନ ମୂଳକ କାମ କରିନାହାନ୍ତି ବରଂ ବିଚ୍ଛିନ୍ନ ଅଞ୍ଚଳ ବାସୀଙ୍କୁ ଶୋଷଣ କରିଛନ୍ତି । ନବୀନ ସରକାରଙ୍କୁ ବିରୋଧ କରି ଏହି ଅଡିଓ ଟେପ ଜାରି କରିଛନ୍ତି। ମାଓ ନେତା କୈଳାସଙ୍କ ଏହି ଅଡିଓ ଟେପଟି ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚାରେ ଅଛି।
ଅପରପକ୍ଷରେ ମାଲକାନଗିରି ଜିଲ୍ଲାର ବୁଦ୍ଧିଜୀବୀ ମାନେ ମାଓବାଦୀଙ୍କ ଏପରି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ବିଛିନ୍ନାଞ୍ଚଳରେ ଦୀର୍ଘ ୪୦ ବର୍ଷ ଧରି କୌଣସି କାର୍ଯ୍ୟ କରେଇ ଦେଉ ନଥିବା ମାଓ ସଂଗଠନ କେବେ ଠାରୁ ଆଦିବାସୀ ମାନଙ୍କ ପାଇଁ ଚିନ୍ତା କଲେଣି ବୋଲି ମତ ପ୍ରକାଶ କରିଛନ୍ତି।

By amfnews

Related Post