ପୋଲିସ ଚାର୍ଜସିଟରେ ଦାବି କରିଛି ଯେ ପୁନେରେ ଗତବର୍ଷ ଡିସେମ୍ବରରେ ୟଲଗାର ପରିଷଦ ସମ୍ମିଳନୀକୁ ଆୟୋଜନ କରାଯାଇଥିଲା । ଯାହା ଦଳିତଙ୍କ ଧୃବୀକରଣ ତଥା ସେମାନଙ୍କୁ ଉତେଜିତ କରୁଥିବା ଋଣନୀତିର ଅଂଶବିଶେଷ । ଚାର୍ଜସିଟରେ ଆହୁରି କୁହାଯାଇଛି ଯେ ମାଓବାଦ ସମର୍ଥିତ ସମ୍ମିଳନୀ ଜାନୁଆରୀ ୦୧ରେ ଭୀମା କୋରେଗାଓଁ ହିଂସାକୁ ପ୍ରଶ୍ରୟ ଦେଇଥିଲା । ୫୦୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ସୁରେନ୍ଦ୍ର ମାଡାଲିଙ୍ଗ, ମହେଶ ରାଉତ, ଶୋମା ସେନ, ରୋନା ବିଲସନ, ସୁଧିର ଧାବଲେଙ୍କ ସମେତ ଆହୁରି ୧୦ଜଣଙ୍କ ନାମ ରହିଛି । ଏମାନଙ୍କୁ ଜୁନ ୬ରେ ଗିରଫ କରାଯାଇଥିଲା ।
କୁହାଯାଉଛି କି, ଏହି ୫ଜଣ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ମାଓବାଦୀ ନେତା ଦୀପକ ଓରଫ ମିଲିନ୍ଦ ତେଲଦୁବାନ୍ଦେ, କିଶନ ଦା ଓରଫ ପ୍ରଶାନ୍ତ ବୋଷ, ପ୍ରକାଶ ଓରଫ ରିତୁପର୍ଣ୍ଣା ଗୋସ୍ୱାମୀ, ଦୀପୁ ଓରଫ ମଙ୍ଗଳଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ ରହିଛି । ରୋନା ବିଲସନ ଏବଂ କିଶନ ଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିବା ଚାର୍ଜସିଟରେ କୁହାଯାଇଛି ।