Thu. Dec 26th, 2024

ମାଓବାଦୀଙ୍କ ଆକ୍ରମଣରେ ସହିଦ ସୁରକ୍ଷାକର୍ମୀ ଓ ଓଡିଆ ସାମ୍ବାଦିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

By amfnews Oct 30, 2018 #Featured
160 Views

ଭୁବନେଶ୍ୱର, ଅକ୍ଟୋବର ୩୦: ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆରନପୁର ନିକଟରେ ମାଓବାଦୀ ଆକ୍ରମଣରେ ପ୍ରାଣବଳି ଦେଇଥିବା ଦୁଇ ସୁରକ୍ଷାକର୍ମୀ ଓ ଓଡିଆ ସାମ୍ବାଦିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଖବର ଶୁଣି ସେ ମର୍ମାହତ କହିବା ସହ ଦେଶର ସୁରକ୍ଷା ପ୍ରତି ବିପଦ ଓ ଦେଶ ବିରୋଧୀ ଶକ୍ତିଙ୍କୁ ଦେଶରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ।

View image on TwitterView image on Twitter

ANI

@ANI

Dantewada Naxal attack: Two security personnel who were injured brought to hospital. Two security personnel and a DD cameraman lost their lives in the attack.

Dharmendra Pradhan

@dpradhanbjp

ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀ ହିଂସାରେ ପ୍ରାଣବଳି ଦେଇଥିବା ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୃତ୍ୟୁରେ ମୁଁ ମର୍ମାହତ। ମୃତକଙ୍କ ମଧ୍ୟରେ ଓଡ଼ିଶାର ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ଦେଶର ସୁରକ୍ଷା ପ୍ରତି ବିପଦ, ଦେଶ ବିରୋଧୀ ଶକ୍ତିଙ୍କୁ ଦେଶରେ ସଫଳ ହେବାକୁ ଦିଆଯିବ ନାହିଁ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି “ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀ  ହିଂସାରେ ପ୍ରାଣବଳି ଦେଇଥିବା ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୃତ୍ୟୁରେ ମୁଁ ମର୍ମାହତ। ମୃତକଙ୍କ ମଧ୍ୟରେ ଓଡ଼ିଶାର ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ଦେଶର ସୁରକ୍ଷା ପ୍ରତି ବିପଦ, ଦେଶ ବିରୋଧୀ ଶକ୍ତିଙ୍କୁ ଦେଶରେ ସଫଳ ହେବାକୁ ଦିଆଯିବ ନାହିଁ”।

ଏଠାରେ ଉଲ୍ଲେଖଯୋଗ୍ୟ, ନକ୍ସଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଅଞ୍ଚଳରେ। ପ୍ରଥମେ ଅଚ୍ୟୁତାନନ୍ଦ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ଚାକିରୀ କରିବାର କିଛି ବର୍ଷ ପରେ ସେ ସେନା ଚାକିରୀରୁ ଭିଆରଏସ(ଭଲ୍ୟୁନଟାରୀ ରିଟେୟାରମେଣ୍ଟ ସ୍କିମ୍) ନେଇଥିଲେ। ଏହା ପରେ ସେ କଟକ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟରେ ପଢିଥିଲେ । ୨୦୧୩ରୁ ଦୂରଦର୍ଶନରେ ସେ କ୍ୟାମେରାମାନ ଭାବେ ଚାକିରୀ କରୁଥିଲେ । ଗତ ୨ ବର୍ଷ ତଳେ ଅଚ୍ୟୁତାନନ୍ଦ ବିବାହ କରିଥିଲେ। ନିର୍ବାଚନୀ ସମ୍ପର୍କୀତ ଖବର ନେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ଅଚ୍ୟୁତାନନ୍ଦଙ୍କ ମତ୍ୟୁ ଖବରରେ ରାଜ୍ୟରେ ଶୋକର ବାତାବରଣ ଖେଳିଯାଇଛି।

By amfnews

Related Post