137 Views
ବ୍ରହ୍ମପୁର, ଏପ୍ରିଲ 13 : କରୋନା କଟକଣା ମଧ୍ୟରେ ବ୍ରହ୍ମପୁର ପ୍ରସିଦ୍ଧ ମାଁ ବୁଢ଼ୀଠାକୁରାଣୀଙ୍କ ଯାତ୍ରା ଚାଲିଛି । ଯାତ୍ରାର ଦୁଇ ପୂଜକ କୋଭିଡ ସଂକ୍ରମିତ ଚିହ୍ନଟ । ସାଧାରଣ ଦର୍ଶନ ବନ୍ଦ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ମାଁ ବୁଢ଼ୀଠାକୁରାଣୀଙ୍କ ଯାତ୍ରା ହେଉଥିବା ଦେଶୀ ବେହେରା ସାହିକୁ ସମ୍ପୂର୍ଣ୍ଣ ବ୍ୟାରିକେଟରେ ରଖାଯିବ। ସେଠାର ଦୁଇ ପୂଜକ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଚିନ୍ତାରେ ପ୍ରଶାସନ । କେବଳ ଦେଶୀ ବେହେରା ସାହି ଲୋକଙ୍କୁ ଯିବାକୁ ଅନୁମତି ମିଳିବ। ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ପୋଲିସ ଅଧିକାରୀଙ୍କ ଛାଉଣୀରେ ମାଁ ବୁଢ଼ୀଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ରହିଛି ।