Sun. Mar 8th, 2026

ମହିଳା ସଂରକ୍ଷଣ ପ୍ରସଙ୍ଗ : ଦିଲ୍ଲୀରେ ଭର୍ତ୍ତୃହରି ମହତାବ ଓ ଅଖି‌ଳେଶ ଯାଦବଙ୍କ ଆଲୋଚନା

249 Views

ନୂଆଦିଲ୍ଲୀ , ଜାନୁଆରୀ ୬ : ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ଆଜି ଦିଲ୍ଲୀରେ ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଅବସରରେ ମହତାବ ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହିଳା ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ପାଇଁ ଲେଖାଯାଇଥିବା ପତ୍ରକୁ ହସ୍ତାନ୍ତର କରିଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଖିଳେଶ ଯାଦବ ସମାଜବାଦୀ ପାର୍ଟିର ସାଂସଦମାନଙ୍କ ସହ ମହତାବଙ୍କ ଶାହଜହାନ ରୋଡ୍‌ ସ୍ଥିତ ସରକାରୀ ବାସଭବନକୁ ଆସିଥିଲେ। ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍‌ ଧରି ୩୩ ପ୍ରତିଶତ ମହିଳା ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଜେଡିର ଏହି ଅଭିଯାନକୁ ଅଖ‌ିଳେଶ ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ, ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ବିଜେଡି ଅଭିଯାନ ଚଳା‌ଇଛି। ବିଭିନ୍ନ ଦଳର ମୁଖ୍ୟମାନଙ୍କୁ ବିଜେଡି ନେତାମାନେ ଭେଟି ଏହି ଦାବିକୁ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି।

By amfnews

Related Post