Wed. Dec 25th, 2024

ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ବଡ ପଦକ୍ଷେପ, ସହରର ଛକରେ ଦୁର୍ବ୍ୟବହାରକାରୀ ଲାଗିବ ପୋଷ୍ଟର

By amfnews Sep 25, 2020 #Featured
241 Views

ଉତ୍ତରପ୍ରଦେଶ, ସେପ୍ଟେମ୍ବର ୨୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ଯୌନଶୋଷଣ, ଦୁର୍ବ୍ୟବହାର କିମ୍ବା ଯୌନ ଅପରାଧରେ ଲିପ୍ତ ରହନ୍ତି ତାଙ୍କ ପୋଷ୍ଟର ସହର ଛକରେ ଲାଗିବ ।

ନାଗରିକତ୍ୱ ସଂଶୋଧନ ଅଧିନିୟମକୁ ବିରୋଧ କରୁଥିବା ଅଭିଯୁକ୍ତଙ୍କ ପୋଷ୍ଟର ଲଗାଯିବ ପରି ସହରର ମୁଖ୍ୟ ଛକରେ ଏଭଳି ଅପରାଧୀଙ୍କ ପୋଷ୍ଟର ଲାଗିବ ।

ଏହି ନିର୍ଦ୍ଦେଶାନୁସାରେ, ମହିଳା ଅପରାଧୀଙ୍କୁ କେବଳ ମହିଳା ପୋଲିସ୍ ଦଣ୍ଡିତ କରିବେ। ଯୋଗୀ ସରକାର କହିଛନ୍ତି ଯେ ଏପରି କଡା ପଦକ୍ଷେପ ନିଆଯିବ ଯାହା ଦ୍ବାରା ମହିଳା ଓ ବାଳିକାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିକୁ ସମସ୍ତେ ଜାଣିବେ । ଅପରାଧୀଙ୍କ ନାମ ଏବଂ ପରିଚୟ ପ୍ରକାଶ କରିବା ସରକାରଙ୍କ ଉଦ୍ଦେଶ୍ୟ।

ସରକାର ଦାବି କରିଛନ୍ତି ଯେ ମହିଳାଙ୍କ ସୁରକ୍ଷା ପାଇଁ ସୃଷ୍ଟି ହୋଇଥିବା ଆଣ୍ଟି ରୋମିଓ ସ୍କ୍ବାର୍ଡ ବଡ଼ ଦାୟିତ୍ବ ନେଉଛନ୍ତି। ଏହି ସ୍କ୍ବାର୍ଡ ପୁରୁଷ ଏବଂ ମହିଳାଙ୍କ ସହ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ଉଚିତ ଶିକ୍ଷା ଦେଉଛି । ପ୍ରତ୍ୟେକ ଜିଲ୍ଲାର ପୋଲିସ ପ୍ରଶାସନ ସମାନ ଢଙ୍ଗରେ କାମ କରିବା ଆବଶ୍ୟକ ।

By amfnews

Related Post