Sun. Nov 24th, 2024

ମହାରାଷ୍ଟ୍ର: ନାସିକରେ କୁଡ଼ିଆ ଘର ଭିତରେ ୪ ଶାବକ ଜନ୍ମ ଦେଲା ଚିତା

By amfnews Aug 19, 2020 #Featured
189 Views

ନାସିକ, ଅଗଷ୍ଟ ୧୯  :  କୁଡ଼ିଆ ଘରେ ୪ ଶାବକଙ୍କୁ ଜନ୍ମ ଦେଇଛି ଚିତାବାଘୁଣୀ । ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ନାସିକ ଅଂଚଳରେ ଥିବା ଇଗତପୁରୀରେ ଏକ କୁଡ଼ିଆ ଘରେ ଚିତାବାଘୁଣୀ ୪ଟି ଶାବକ ଜନ୍ମ ଦେଇଛି ।

ମାଈ ଚିତା ଇଗତପୁରୀରେ ଥିବା ଏକ କୁଡ଼ିଆ ଘରେ ଏକକାଳୀନ ୪ଟି ଶାବକ ଜନ୍ମ ଦେଇଛି । ୪ଟି ଯାକ ଚିତା ଶାବକ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ସ୍ଥାନୀୟ ଫରେଷ୍ଟ ଡିଭିଜନ ଅଧିକାରୀ ଗଣେଶରାଓ ଜୋଲ ଗଣମାଧ୍ୟମକୁ କହିଛନ୍ତି, ଆମେ ଚିତାବାଘଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛୁ । ସେ କହିଛନ୍ତି ଯେ, ସ୍ଥାନୀୟ ଅଂଳଚରେ ବହୁ ସଂଖ୍ୟାରେ ଚିତାବାଘ ଅଛନ୍ତି । ତେବେ ଏକ ଗାଁରେ ଚିତାବାଘ ଏକକାଳୀନ ୪ଟି ଶାବକ ଜନ୍ମ କରିବା ନେଇ କିଛି ଲୋକ ଭୟ କରୁଥିବା ବେଳେ ଅନ୍ୟମାନେ ଏହାକୁ ଦେଖିବାକୁ ମଧ୍ୟ ଆସିଛନ୍ତି ।

By amfnews

Related Post