Sat. Mar 7th, 2026

ମହାରାଷ୍ଟ୍ରରେ ସରକାର କେମିତି ହେବ? ବିଜେପି ଓ ଶିବସେନାକୁ ପଚାର, କହିଲେ ଶରଦ ପାଓ୍ୱାର

240 Views

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏଥିପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଶରଦ ପାଓ୍ୱାର ପହଞ୍ଚିବା ପରେ ସରକାର ଗଢ଼ିବା ନେଇ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ଜବାବରେ ପାଓ୍ୱାର କହିଥିଲେ, ତାଙ୍କୁ ପଚାରିବା ବଦଳରେ ଶିବସେନା ଏବଂ ବିଜେପିକୁ ହିଁ ପଚାରିବା ଦରକାର ବୋଲି ସେ କହିଥିଲେ। ପାଓ୍ୱାରଙ୍କ ଏହି ମନ୍ତବ୍ୟ ଏବେ ରାଜ୍ୟରେ ସରକାର ଗଢ଼ିବା ପ୍ରକ୍ରିୟାକୁ ଆହୁରି ସସପେନ୍ସ ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଶିବସେନା-ଏନସିପି-କଂଗ୍ରେସ ଆଗେଇ ଆସିଛନ୍ତି। ତେବେ କିଛି ପ୍ରସଙ୍ଗରେ କଂଗ୍ରେସ ରାଜି ନହେବାରୁ ଏବେ ସରକାର ଗଢ଼ିବା ପ୍ରକ୍ରିୟା ବିଳମ୍ୱ ହୋଇଛି। ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମନେଇବାକୁ ଚେଷ୍ଟା କରିବେ।

By amfnews

Related Post