Sat. Mar 7th, 2026

ମହାରାଷ୍ଟ୍ରରେ ମହାମେଣ୍ଟକୁ ଝଟକା ଲାଗିବ !

279 Views

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମଧ୍ୟରେ ଯେଉଁ ମେଣ୍ଟ ହେଉଛି,ତାକୁ ଏକ ଝଟକା ଲାଗି ପାରେ ବୋଲି ଚର୍ଚ୍ଚା ହେଉଛି। ସ୍ୱାଭିମାନୀ ଶେତକର ସଂଗଠନର ଅଧ୍ୟକ୍ଷ ରାଜୁସେଟ୍ଟି ଏଭଳି କିଛି ସଙ୍କେତ ଦେଇଛନ୍ତି । ରାଜୁ କହିଛନ୍ତିି ଯେ ତାଙ୍କ ଦଳ ଆଦି ଚାରିଟି ଲୋକସଭା ସିଟ୍‌ ଦାବି କରିଥାନ୍ତି। ଏହି ଚାରିଟି ସିଟ୍‌ ସ୍ୱାଭିମାନୀ ଶେତକାରୀ ସଂଗଠନକୁ ନ ମିଳିଲେ,ଦଳ ମହାମେଣ୍ଟରୁ ଓହରି ଆସିବ ବୋଲି ଧମକ ଦେଇଛନ୍ତି ରାଜୁ ସେଟ୍ଟି କହିଛନ୍ତି। ଏଣେ ସେ ତୃତୀୟ ମୋର୍ଚ୍ଚା ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ସମାଜବାଦୀ ପାର୍ଟି ଇତିମଧ୍ୟରେ ମହାରାଷ୍ଟ୍ରରେ ମହାମେଣ୍ଟଠାରୁ ନିଜକୁ ଅଲଗା କରିଦେଇଛି। ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ ଦୁଇଟି ଲୋକସଭା ଆସନ ପାଇଁ ଦାବି କରିଥିଲେ, ମାତ୍ର ମହାମେଣ୍ଟ ସେହି ଦଳକୁ ଗୋଟିଏ ବି ସିଟ୍‌ ଦେବାକୁ ରାଜି ହୋଇନଥିଲା। ଏହି କାରଣରୁ ଏବେ ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ ୧୦ଟି ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିିତା କରିବ ବୋଲି ଘୋଷଣା କରିଛି। ଏଣେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଏମଏନଏସ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ମହାମେଣ୍ଟରେ ସାମିଲ୍‌ କରିବା ନେଇ ଆଲୋଚନା କରିଥିବା ଜଣାଯାଇଛି।

By amfnews

Related Post