Fri. Nov 22nd, 2024

ମହାରାଷ୍ଟ୍ରରେ ଅନୁମତି ବିନା ସିବିଆଇର ପ୍ରବେଶ ନିଷେଧ, ଉଦ୍ଧବ ସରକାର ନେଲେ ନିଷ୍ପତ୍ତି

By amfnews Oct 22, 2020 #Featured
234 Views

ମୁମ୍ବାଇ, ଅକ୍ଟୋବର ୨୨ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମହାରାଷ୍ଟ୍ରରେ କୌଣସି ମାମଲାର ତଦନ୍ତ କରିବା ପୂର୍ବରୁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ରାଜ୍ୟ ସରକାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତିକୁ ପୁଣି ଥରେ ଫେରାଇ ନେଇଛି । ଏହି କାରଣରୁ ମହାରାଷ୍ଟ୍ରରେ ପ୍ରତିଟି କେସର ତଦନ୍ତ ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଉଦ୍ଧବ ଠାକରେ ସରକାରଙ୍କ ଏହି ପଦକ୍ଷେପରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ହେବାର ଆଶଙ୍କା ଦେଖାଯାଇଛି । 

ମହାରାଷ୍ଟ୍ର ସରକାର ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠାନର ସଦସ୍ୟକୁ ଏକ ଆଇନ ଭାବେ ରାଜ୍ୟରେ ଶକ୍ତି ଓ ନ୍ୟାୟକ୍ଷେତ୍ରର ବ୍ୟବହାରର ସହମତିକୁ ଫେରାଇ ନେଇଥିବା ସଂପର୍କୀତ ଆଦେଶ ବୁଧବାର ଜାରି କରିଛନ୍ତି । ଏହା ପରେ ସିବିଆଇକୁ ଏବେ ରାଜ୍ୟରେ ଶକ୍ତି ଏବଂ ନ୍ୟାୟକ୍ଷେତ୍ରର ବ୍ୟବହାର କରିବା ଲାଗି ସାଧାରଣ ସହମତି ହେବ ନାହିଁ, ଯାହାକି ମହାରାଷ୍ଟ୍ର ସରକାର ଦ୍ୱାରା ୧୯୮୯ ଫେବୃୟାରୀ ୨୨ରେ ଜାରି ଆଦେଶ ଅନୁସାରେ ଦିଆଯାଇଥିଲା । ଏବେ କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । 

By amfnews

Related Post