Fri. Nov 1st, 2024

ମହାମହିମ ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କ କୋରାପୁଟ ଗସ୍ତ

By amfnews Nov 15, 2018 #Featured
131 Views

ସୁନାବେଡା, ୧୫ା୧୧ : ମହାମହିମ ଓଡ଼ିଶାର ରାଜ୍ୟପାଳ ପ୍ର. ଗଣେଶୀ ଲାଲ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, କୋରାପୁଟର ସୁନାବେଡା କ୍ଯାମ୍ପସ ପରିଦର୍ଶନ କରିଛନ୍ତି । ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି ମହାମହିମ ରାଜ୍ୟପାଳ ପ୍ର. ଲାଲଙ୍କୁ ବିଶ୍ଵବିଦ୍ୟାଳୟକୁ ପାଛଟି ନେଇଥିଲେ ।
ଏହି ଅବସରରେ କୁଳପତି ପ୍ର ମହାନ୍ତି ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ଆଲୋଚନା ହୋଇଥିଲା । ପ୍ର.ମହାନ୍ତି ରାଜ୍ୟପାଳ ପ୍ର.ଲାଲଙ୍କୁ ବିଶ୍ଵବିଦ୍ୟାଳୟର ଉନ୍ନତି ଏବଂ ସଫଳତା ବିଷୟ ଅବଗତ କରାଇଥିଲେ । ପ୍ର. ମହାନ୍ତି  ବିଶ୍ଵବିଦ୍ୟାଳୟକୁ ଐତିହାସିକ NAAC ମାନ୍ୟତା, ବିଜୁଳି ଏବଂ ଜଳ ଜଗାଣ, ରାସ୍ତା ନିର୍ମାଣ, ବୃକ୍ଷ ରୋପଣ, ଷ୍ଟ୍ରୀଟ ଲାଇଟ ଏବଂ ହାଇ-ମାଷ୍ଟ ଲାଇଟ ସ୍ଥାପନ, ଛାତ୍ରାବାସ ଠାରେ ପ୍ରାଚୀର ନିର୍ମାଣ, ଅସ୍ଥାଇ shopping complex ନିର୍ମାଣ, ଅସ୍ଥାଇ sports complex ନିର୍ମାଣ, ଛାତ୍ରାବାସ,ଗ୍ରନ୍ଥାଳୟ, ମାଗଣା Wi-fi ସେବା, ମାଗଣା ଯାତାୟାତ ସେବା, ଉନ୍ନତ ଭାରତ କାର୍ଯ୍ୟକ୍ରମ, HAL ସୁନାବେଡା ସହ ଚୁକ୍ତି, ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଏବଂ ସୁନାମ କ୍ଷାତ ପ୍ରଫେସର ପୁଣି ଅତିଥିଙ୍କ ବିଶ୍ଵବିଦ୍ୟାଳୟ ପରିଦର୍ଶନ ସମ୍ବନ୍ଧରେ ସୂଚନା ଦେଇଥିଲେ ।
ମାନ୍ୟବର ରାଜ୍ୟପାଳ ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଳୟ ପାରଦର୍ଶନ କରିବା ସହ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।
କୋରାପୁଟର ମାନ୍ୟବର ସାଂସଦ ଶ୍ରୀ ଝିନ୍ନ ହିକାକା, ପୋଟାଙ୍ଗୀର ମାନ୍ୟବର ବିଧାୟକ ଶ୍ରୀ ପ୍ରଫୁଲ୍ଲ ପାଙ୍ଗି, madam Vice-Chancellor ଶ୍ରୀମତୀ ସ୍ମିତା ପଟ୍ଟନାୟକ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ମଧୁ ସୂଦନ ପାଢି, I.A.S, କୋରାପୁଟ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ଥୀ, I.A.S,  କୋରାପୁଟର ବରିଷ୍ଟ ପୁଲିସ ଅଧିକାରୀ ଯଥା ଶ୍ରୀ ଭି. ଆର. ରାଓ,OPS-I, ASP, କୋରାପୁଟ, DSP କୋରାପୁଟ, SDPO କୋରାପୁଟ, SDPO ସୁନାବେଡା, IIC କୋରାପୁଟ, IIC ସୁନାବେଡା, Dean-Academics ପ୍ର. କିଶୋର ଚନ୍ଦ୍ର ରାଉତ, ବିଭାଗୀୟ ମୁଖ୍ୟ ତଥା ଡ଼ିନ ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଭାଗ ପ୍ର. ଶରତ କୁମାର ପଲିତା, କୁଳସଚିବ ଡାଃ ଅସିତ କୁମାର ଦାସ ସହ ରାଜ ଭବନ, ବିଶ୍ଵବିଦ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

By amfnews

Related Post