229 Views
ଭୁବନେଶ୍ୱର, ଜାନୁଆରୀ ୨୨: ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟରେ ଏକ ମହାପ୍ରୟାଣ ଗାଡିକୁ ଅଟକାଇ ମାଓବାଦୀମାନେ ଲୁଟ କରିଛନ୍ତି । ବ୍ରାହ୍ମଣଦେଇ ଗାଁ ନିକଟରେ ମାଓବାଦୀମାନେ ଏହି ଗାଡିକୁ ଅଟକାଇ ଡ୍ରାଇଭରଠାରୁ ପ୍ରାୟ ୪ ହଜାର ଟଙ୍କା ଲୁଟ କରିଛନ୍ତି । ଲୁଟ ନେଇ ଭଂଜନଗର ଥାନାରେ ଡ୍ରାଇଭର ଏତଲା ଦେଇଥିବାବେଳେ ଘଟଣାସ୍ଥଳରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
ସେହିଭଳି ଭୁବନେଶ୍ୱର ଦୁରଦର୍ଶନ କେନ୍ଦ୍ର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନୌସେନା କର୍ମଚାରୀ ନିଶାଦିଆ ଲୁଟେରାଙ୍କର ଶିକାର ହୋଇଛନ୍ତି । କର୍ମଚାରୀ ଜିତୁ ବାଲିଆଙ୍କ ଠାରୁ ଏହି ଲୁଟେରାମାନେ ଲୁଟ କରି ନେଇଛନ୍ତି । ତେବେ ଜିତୁ ବାଲିଆ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।