Sat. Mar 7th, 2026

ମହାନଦୀ ପାଇଁ କଟକରୁ ଦିଲ୍ଲୀ ସାଇକଲ୍‌ ଯାତ୍ରା : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨ ଛାତ୍ରନେତା

166 Views

ମାହାଙ୍ଗା : ମହାନଦୀ ଜଳ ବିବାଦ ସମାଧାନ ପାଇଁ ସାଇକଲ୍‌ରେ କଟକରୁ ଦିଲ୍ଲୀ ଯାତ୍ରା କରିଥିବା ମାହାଙ୍ଗାର ଛାତ୍ରନେତା ତଥା ରେଭେନ୍ସା କଲେଜର ପୂର୍ବତନ ଛାତ୍ର କ୍ରିଷ୍ଣକାନ୍ତ ଷଡଙ୍ଗୀ ଓ ଆନନ୍ଦପୁରର ଶୁଭ୍ରଜିତ ବାରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଭେଟିଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ସେମାନେ ମହନଦୀ ଜଳ ବିବାଦର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

ଦୁଇ ଛାତ୍ରଙ୍କ ସାହସିକତାକୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ‘ଦୀର୍ଘଦିନ ଧରି ତୁମ ସାଇକଲ ଯାତ୍ରାର ପରିଶ୍ରମ କେବେ ବିଫଳ ହେବନାହିଁ। ଏହା ଉପରେ ବିଚାର କରାଯିବ’।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବିନା ସଂଘର୍ଷରେ କୌଣସି କାର୍ଯ୍ୟ ସମ୍ଭବପର ନୁହେଁ। ଏଣୁ ଆଜିର ଯୁବପିଢି ଦେଶ ଓ ଜାତି ପାଇଁ ସଂଘର୍ଷ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅନୁଭବ ମହାନ୍ତି ଏବଂ ଦୁଇ ଛାତ୍ର ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ଏହି ଦୁଇ ଛାତ୍ର ନେତା ଜୁଲାଇ ୧ ତାରିଖରେ କଟକରୁ ବାହାରି ଜୁଲାଇ ୩୦ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଦୁଇ ଛାତ୍ର ନେତାଙ୍କୁ ଦିଲ୍ଲୀରେ ପ୍ରବାସୀ ଓଡ଼ିଆମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

By amfnews

Related Post