Sat. Mar 7th, 2026

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତରୀଣ ଆବେଦନ ଦାଖଲ ପ୍ରକ୍ରିୟା ଆରମ୍ଭ

175 Views

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ଅନ୍ତରୀଣ ଆବେଦନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ଏହି ପ୍ରକ୍ରିୟା ଚୂଡ଼ାନ୍ତ ହେବ। ମିଳିଥିବା ସୂଚନା ଅନୁସାରେ ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅନ୍ତରୀଣ ଆବେଦନକୁ ଛତିଶଗଡ଼ ଓ ମହାରାଷ୍ଟ୍ର ପକ୍ଷରୁ ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପାଇଁ ମନୋନୀତ କରାଯାଇଥିବା ବରିଷ୍ଠ ଆଇନଜୀବୀଙ୍କ ନିକଟକୁ ପଠାଇ ଦିଆଯାଇଛି। ଅପରପକ୍ଷେ ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପାଇଁ କୌଣସି ଓକିଲଙ୍କୁ ମନୋନୀତ କରାଯାଇନଥିବା ଯୋଗୁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅନ୍ତରୀଣ ଆବେଦନକୁ ଦୁଇ ରାଜ୍ୟର ଆବାସିକ କମିସନରଙ୍କ ନିକଟକୁ ପଠାଯାଇଥିଲା। ହେଲେ ଦିଲ୍ଲୀସ୍ଥିତ ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡ ସରକାରଙ୍କ ଆବାସିକ କମିସନରମାନଙ୍କ ଦ୍ବାରା ଅନ୍ତରୀଣ ଆବେଦନକୁ ଗ୍ରହଣ କରାଯାଇ ନଥିଲା। ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ଅନ୍ତରୀଣ ଆବେଦନକୁ କୋରିୟର୍‌ ଦ୍ବାରା ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବମାନଙ୍କୁ ପଠାଯିବ। ଏହାପ‌ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଦ୍ବାରା ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅନ୍ତରୀଣ ଆ‌େ‌ବଦନର ପ୍ରକ୍ରିୟା ଶେଷ ହେବ ଏବଂ ଟ୍ରିବ୍ୟୁନାଲ୍‌ ଓଡ଼ିଶାର ଅନ୍ତରୀଣ ଆବେଦନକୁ ସ୍ବୀକୃତି ପ୍ରଦାନ ସହ ପଞ୍ଜୀକୃତ କରିବେ। ଚଳିତମାସ ୧୩ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ପ୍ରଥମ ଶୁଣାଣି ହେବ ଏବଂ ଏଥିରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପ‌େର ଶୁଣାଣି ହେବାର ସମ୍ଭାବନା ରହିଛି।

By amfnews

Related Post