Sat. Mar 7th, 2026

ମହାତ୍ମା ଗାନ୍ଧୀଙ୍କ ପ୍ରତିରୂପ ଉପରକୁ ଏୟାର୍‌ ପିସ୍ତଲ୍‌ ମାରି ମୃତ୍ୟୁ ବାର୍ଷିକୀ ପାଳନ; ୧୩ ଜଣଙ୍କ ନାମରେ ମାମଲା

355 Views

ଲକ୍ଷ୍ନୌ, ଜାନୁଆରୀ ୩୧: ମହାତ୍ମା ଗାନ୍ଧୀଙ୍କ ପ୍ରତିରୂପ ଉପରକୁ ଏୟାର୍‌ ଗନ୍‌ ସଟ୍‌ ମାରି ଥିବା ହିନ୍ଦୁ ମହାସଭାର ଜଣେ ନେତ୍ରୀଙ୍କ ସମେତ ୧୩ ଜଣ ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ଓ ୧୯୪୮ ମସିହା ଜାନୁଆରି ୩୦ ତାରିଖ ଦିନ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ମୃତ୍ୟୁକୁ ‘ସୌର୍ଯ୍ୟ ଦିବସ’ ଭାବେ ପାଳନ କରିବା ଅବସରରେ ହିନ୍ଦୁ ମହାସଭାର ଜାତୀୟ ସଚିବ ପୂଜା ଶକୁନ ପାଣ୍ଡେ ଉତ୍ତର ପ୍ରଦେଶର ଆଲିଗଡ଼ ଠାରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିକୃତି ଉପରକୁ ଗୁଳି ଚଳାଇ ‘ସହିଦ ଦିବସ’ ପାଳନ କରିଥିଲେ।

ପାଣ୍ଡେ ଗୁଳି ଚଳାଇବା ପରେ ଗାନ୍ଧୀଜୀଙ୍କ ପ୍ରତିକୃତିରୁ ରକ୍ତ ବାହାରି ଥିବା ଦେଖା ଯାଇଥିଲା। ପରେ ପରେ ପାଣ୍ଡେ ତାଙ୍କ ସମର୍ଥକ ଏବଂ ମହାସଭା ସଦସ୍ୟଙ୍କୁ ମିଷ୍ଠାନ୍ନ ବାଣ୍ଟିଥିବାର ଖବର ମିଳିଥିଲା।

ଭିଡିଓ ଭାଇରାଲ୍‌ ହେବା ପରେ ନେତ୍ରୀ ପୂଜା ଶକୁନ ପାଣ୍ଡେଙ୍କ ସମେତ ହିନ୍ଦୁ ମହାସଭା ସହ ସଂଶ୍ଳିଷ୍ଟ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରା ଯାଇ ନାହିଁ।

ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଚଢ଼ଉ ଚାଲୁ ରଖିଛି।

By amfnews

Related Post