Sat. Mar 7th, 2026

ମମତାଙ୍କ ‘ମିମ୍‌’ କରିଥିବା ବିଜେପି ନେତାଙ୍କୁ ମୁକୁଳାଇବାରେ ବିଳମ୍ବ କରିଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

235 Views

ନୂଆଦିଲ୍ଲୀ: ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ପିଟିସନ୍‌ ଆଧାରରେ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ ସରକାରଙ୍କୁ ଅଦାଲତ ଅବମାନନା ନୋଟିସ୍‌ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ‘ମିମ୍‌’ (ଇଣ୍ଟର୍‌ନେଟ୍‌ରେ ବିଦ୍ରୂପାତ୍ମକ ଚିତ୍ର ସେୟାର୍‌ କରିବା) କରିଥିବା ଅଭିଯୋଗରେ ମେ ମାସରେ ଗିରଫ ହୋଇଥିଲେ।

ମେ ୧୪ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଆଦେଶ ଦେବାର ପ୍ରାୟ ୨୪ ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ତାଙ୍କୁ ମୁକୁଳାଇବା ପାଇଁ ଆଦେଶ ଦେବା ସମୟରେ ଶୀର୍ଷ ଅଦାଲତ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ନେତ୍ରୀ ପ୍ରିୟଙ୍କା ଶର୍ମା ଗିରଫଦାରି ସ୍ୱେଚ୍ଛାଚାର ମନେହୁଏ।

ଜାମିନ ପାଇବାକୁ ହେଲେ କ୍ଷମା ମାଗିବାକୁ ପଡ଼ିବ ବୋଲି ପ୍ରାଥମିକ ଭାବେ ବିଚାରପତିମାନେ ପ୍ରିୟଙ୍କା ଶର୍ମାଙ୍କୁ କହିଥିଲେ। କିନ୍ତୁ, ତାଙ୍କ ଓକିଲ ଏହାକୁ ଦୃଢ଼ ବିରୋଧ କରିବାରୁ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ କି, ଜାମିନ ପାଇବା ପାଇଁ କ୍ଷମା ମାଗିବା ଗୋଟାଏ ସର୍ତ୍ତ ନୁହେଁ। କିନ୍ତୁ ସେ ଜାମିନରେ ମୁକୁଳିବା ପରେ କ୍ଷମା ମାଗିବା ଉଚିତ। ପରେ ପ୍ରିୟଙ୍କା ସାମ୍ବାଦିକମାନଙ୍କୁ କହିଥିଲେ କି, ତାଙ୍କୁ କ୍ଷମାଯାଚନା ପତ୍ରରେ ସ୍ୱାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା। ‘ମିମ୍‌’ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବେ ନାହିଁ।

By amfnews

Related Post