207 Views
ଭୁବନେଶ୍ୱର, ଡିସେମ୍ବର 14(ଖବର ଓଡିଶା)
ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା 18ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର । ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି । ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ ସାନିଟାଇଜର ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି । କେବଳ ଦର୍ଶନ କରିପାରିବେ ଭକ୍ତ । ଜନଗହଳିକୁ ବାରଣ କରାଯାଇଛି । ଏସବୁ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ନ ମାନିଲେ ମନ୍ଦିର ଖୋଲିବ ନାହିଁ । ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।