Tue. Mar 10th, 2026

ମନ୍ଦିରରୁ ଛେଳି ଚୋରି କରୁଥିବା ଯୁବକଙ୍କୁ ଧରି ଏମିତି ହାଲତ କଲେ ଲୋକେ

240 Views

ଭୋପାଲ  : ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ଛେଳି ଚୋରି ଅଭିଯୋଗରେ ତିନି ଜଣ ଯୁବକଙ୍କୁ ନିର୍ଧୁମ ଛେଚିଛନ୍ତି ସ୍ଥାନୀୟ ଲୋକେ। ଏହାପରେ ତିନି ଯୁବକ ଯେଉଁ ଗାଡ଼ିରେ ବସାଇ ଛେଳିଟିକୁ ନେଇ ଯାଉଥିଲେ ସେହି ଗାଡ଼ିକୁ ସେମାନେ ପୋଡ଼ି ଦେଇଛନ୍ତି। ପୁଲିସ୍ ଏହି ମାମଲାରେ ଚୋରି କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ମାରପିଟ କରିଥିବା ଓ ପୋଡ଼ାଜଳା କରିଥିବା ଅଭିଯୋଗରେ ୫ଜଣ ସ୍ଥାନୀୟ ଲୋକଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ବୁଧବାର ନିମଚ ଜିଲ୍ଲାର ସିଟି କୋତୱାଲି ସ୍ଥିତ ଏକ ମନ୍ଦିରରେ ଗୋଟିଏ ଛେଳି ବନ୍ଧା ହୋଇଥିଲା। ମନ୍ଦିର ପାଖ ରାସ୍ତା ଦେଇ ଗାଡ଼ିରେ ଯାଉଥିବା ତିନିଜଣ ଯୁବକ ବନ୍ଧା ହୋଇଥିବା ଛେଳିକୁ ଦେଖିଥିଲେ। ଏହି ତିନି ଯୁବକ ଆଖପାଖ ଅଞ୍ଚଳରେ ଛେଳି କିଣା ବିକା କରନ୍ତି। ମନ୍ଦିରରେ କେହି ନଥିବା ଦେଖି ଛେଳିଟିକୁ ନେଇ ଯାଉଥିଲେ ତିନି ଯୁବକ। ହେଲେ ହଠାତ୍ ସ୍ଥାନୀୟ ଲୋକେ ତିନି ଯୁବକଙ୍କୁ କାବୁ କରି ନେଇଥିଲେ। ଏହାପରେ ମାରପଟି ଆରମ୍ଭ ହୋଇଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତିନି ଛେଳି ଚୋର ଏବଂ ଗାଡ଼ି ପୋଡ଼ି ଦେବା ଅଭିଯୋଗରେ ପାଞ୍ଚ ଜଣ ଗାଁ ଲୋକଙ୍କୁ ଗିରଫ କରିଛି। ଆଗାମୀ ଦିନରେ ସବୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

By amfnews

Related Post