110 Views
ବାଙ୍କି : କଟକ ଜିଲ୍ଲା ଵାଙ୍କି ଥାନା ଅନ୍ତର୍ଗତ କିଆପଲ୍ଲା ଗାଁରେ ଥିବା ୩ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଥିବା ଶିବ ମନ୍ଦିର, ହନୁମାନ ଓ ଶନି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଚୋରମାନେ ମନ୍ଦିରର ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ହୁଣ୍ଡି ବାକ୍ସ ଭାଙ୍ଗି ସମସ୍ତ ଟଙ୍କାପଇସା ନେଇଯାଇଥିଲେ।
ଆଜି ସକାଳେ ପୂଜକମାନେ ମନ୍ଦିରରେ ପହଞ୍ଚିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ସେମାନେ ଏ ବିଷୟରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।