Tue. Nov 5th, 2024

ମନୋଜ ଦାସ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

By amfnews Dec 27, 2018 #Featured
303 Views

ଭୁବଦେଶ୍ୱର , ଡିସେମ୍ବର ୨୭ : ବିଶିଷ୍ଟ ସାହିତ୍ୟକ ପ୍ରଫେସର ମନୋଜ ଦାସ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପାଇବେ । ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ତଥା ଜୀବନ ବ୍ୟପି ସାହିତ୍ୟ ସାଧନା ନିମନ୍ତେ ଆନ୍ତର୍ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ ଲେଖକ ପ୍ରଫେସର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ସୂଚନା ଯୋଗ୍ୟ କଳା, ସାହିତ୍ୟ ଓ ସମାଜସେବା ପ୍ରତି ରୁଚି ରଖିଥିବା ଆଦର୍ଶସ୍ଥାନୀୟା ମା’ ନୀଳମାରାଣୀଙ୍କ ସ୍ମୃତିରେ ଏକ ଜାତୀୟ ସ୍ତରୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବାକୁ ଗତବର୍ଷ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଅବସରରେ ‘କାଦମ୍ବିନୀର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ । ଭାରତବର୍ଷରେ ଜଣେ କୃତବିଦ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ସାମଗ୍ରିକ କୃତି ତଥା ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଡ. ସାମନ୍ତ ଘୋଷଣା କରିଥିଲେ ।

ସେହି ଅନୁସାରେ ଗଠିତ ଏକ ବିଚାରକମଣ୍ଡଳୀ ଏହି ସମ୍ମାନ ଜନକ ସମ୍ମାନ ପାଇଁ ପ୍ରଫେସର ଦାନଙ୍କୁ ଚୟନ କରିଛନ୍ତି । ଆସନ୍ତା ଜାନୁୟାରୀ ୬ରେ କିଟ୍ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ -୨୦୧୯’ ଅବସରରେ ପ୍ରଫେସର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପୁରସ୍କାର ସ୍ୱରୂପ ପ୍ରଫେସର ଦାସଙ୍କୁ ମାନପତ୍ର, ଉପଢ଼ୌକନ, ସ୍ୱର୍ଣ୍ଣ ପଦକ ସହିତ ୫ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ‘କାଦମ୍ବିନୀର ସମ୍ପାଦକ ଡ. ଇତି ସାମନ୍ତ ଜଣାଇଛନ୍ତି ।

By amfnews

Related Post