Sat. Mar 7th, 2026
240 Views

ରାଉରକେଲା : ରାଉରକେଲା ରାଜ୍ୟ କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଏବଂ ହକି କିମ୍ୱଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ରାଜ୍ୟ ତଥା ଦେଶର ମାନ ରଖିବା ସହ କଠିନ ଅଭ୍ୟାସ କରିବାକୁ ଅତିଥିମାନେ ଏହି ଅବସରରେ ହକି କ୍ରୀଡ଼ାବିତଙ୍କୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଉରକେଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ, ବିଶିଷ୍ଟ କବାଡି କୋଚ୍ ଅରବିନ୍ଦ ପାତ୍ର ଏବଂ କ୍ରୀଡା କମ୍ପଲେକସ୍‌ର ମୁଖ୍ୟ ପ୍ରଶିକ୍ଷଣ କର୍ତ୍ତା ଅମୂଲ୍ୟ ଚନ୍ଦ୍ର ବିହାରୀ ଅତିଥି ଭାବେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଏହି କ୍ରୀଡା ଛାତ୍ରାବାସରୁ ଦିଲୀପ ତିର୍କୀ, ପ୍ରବୋଧ ତିର୍କୀ, ଇଗ୍ନେସ ତିର୍କୀ, ଲଜରୁଷ ବର୍ଲା, ସୁଭଦ୍ରା ପ୍ରଧାନ, ଲିଲିମା ମିଞ୍ଜ, ସୁନିତା ଟପ୍ପୋଙ୍କ ପରି ଆନ୍ତର୍ଜାତିକ ଖେଳାଳି ବାହାରିଛନ୍ତି ।

By amfnews

Related Post