Fri. Dec 27th, 2024

ମଧ୍ୟପ୍ରଦେଶ ପାଇଁ କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର, ପରିବାରର ଜଣେ ବେରୋଜଗାରୀକୁ ମିଳିବ ମାସିକ ୧୦ ହଜାର ଟଙ୍କା ଭତ୍ତା

By amfnews Nov 10, 2018 #Featured
220 Views

ଭୋପାଳ, ନଭେମ୍ବର ୧୦: କଂଗ୍ରେସ ଆଜି ମଧ୍ୟପ୍ରଦେଶ ପାଇଁ ନିଜର ଘୋଷଣା ପତ୍ର ବା ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏହାକୁ ବଚନପତ୍ର ନାମ ଦିଆଯାଇଛି । ଏହି ପତ୍ରରେ କୃଷକଙ୍କ ଋଣମୁକ୍ତ, ବେରୋଜଗାରୀ ଭତା, ମହିଳା ସୁରକ୍ଷାକୁ ନେଇ ଅନେକ ବଡ ପ୍ରତିଶ୍ରୁତି ଦିଆଯାଇଛି । ୧୧୨ ପୃଷ୍ଠାର ଏହି ବଚନପତ୍ରରେ ୯୭୩ଟି ପ୍ରତିଶ୍ରୁତି ସାମିଲ କରାଯାଇଛି । କିନ୍ତୁ ଦଳ ବିଶେଷ ଭାବେ ୭୫ଟି ଘୋଷଣାକୁ ଫୋକସ କରିଛି ।

କିଛି ବଡ ପ୍ରତିଶ୍ରୁତି

୧-କୃଷକଙ୍କୁ ୭୫ହଜାର ୮୦୦ କୋଟି ଟଙ୍କାର ଋଣଛାଡ

୨ -ଡିଜେଲ ଏବଂ ପେଟ୍ରୋଲ ଉପରେ ରିହାତି

୩ -କୃଷକଙ୍କ ବିଜୁଳି ବିଲ ଅଧା କରାଯିବ

୪- ରୋଷେଇ ଗ୍ୟାସରେ ରିହାତି

୫- ଜନ ଆୟୋଗ ଗଠନ କରି ଦୁର୍ନୀତି ବିରୋଧରେ ଲଢେଇ

୬ -ସାମାଜିକ ସୁରକ୍ଷା ପେନସନ ରାଶି ୩୦୦ରୁ ବୃଦ୍ଧି କରି ୧୦୦୦ ଟଙ୍କା

୭- ମହିଳାଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଋଣଛାଡ

୮- କନ୍ୟା ବିବାହ ପାଇଁ ୫୧୦୦୦ ଅନୁଦାନ ରାଶି

୯- ବିଧାନ ପରିଷଦ ଗଠନ

୧୦- ପ୍ରତିମାସରେ ଗୋଟିଏ ପରିବାରର ଜଣେ ବେରୋଜଗାର ଯୁବକଙ୍କୁ ୧୦ହଜାର ଭତ୍ତା ପ୍ରଦାନ

୧୧- ଓକିଲ ଏବଂ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଅଧିନିୟମ

୧୨ -ପୋଲିସ ବିଭାଗରେ ମହିଳାଙ୍କୁ ପ୍ରାଥମିକତା

୧୩ -ସମସ୍ତ କୃତୀ ଛାତ୍ରଙ୍କୁ ଫ୍ରି ଲାପଟପ

ଏହି ଅବସରରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କମଲନାଥ, ଦିଗବିଜୟ ସିଂ, ନିର୍ବାଚନ ସମିତି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଆଦି ଉପସ୍ଥିତ ରହିଥିଲେ । କମଲନାଥ କହିଥିଲେ କି ବିଜେପି ଇସ୍ତାହାର ବଦଳରେ ଜୁମଲାପତ୍ର ଘୋଷଣା କରିଛି । କଂଗ୍ରେସ ବିକାଶର ଏକ ନୂଆ ମାନଚିତ୍ର ନିର୍ମାଣ କରିବ  । ଏହି ଇସ୍ତାହାର ପିସିସିରେ ନୁହେଁ ବରଂ ରାସ୍ତା ଏବଂ ଚାଷଜମି ଗସ୍ତକରି ପ୍ରସ୍ତୁତ କରାଯାଇଛି ।

ଏହା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ କି, କଂଗ୍ରେସ ବିଚାରଧାର ସକରାତ୍ମକ, ପ୍ରଗତିଶୀଳ ଏବଂ ନୂଆ ସକାଳକୁ ନେଇ ଆଧାର ହୋଇଛି । ପ୍ରଥମଥର ପାଇଁ ଘୋଷଣାପତ୍ର ନୁହେଁ ବଚନ ପତ୍ର ଏବଂ ସଂକଳ୍ପ ପତ୍ର ରଖାଯାଇଛି ।

By amfnews

Related Post