Tue. Dec 24th, 2024

ମଧ୍ୟପ୍ରଦେଶ ଚାଲିଗଲା, ରାଜସ୍ଥାନ ଯାଉଛି, ମହାରାଷ୍ଟ୍ର ଯିବ, ବଢୁଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିନ୍ତା

By amfnews Aug 10, 2020 #feaured
205 Views

ନୂଆଦିଲ୍ଲୀ, ଅଗଷ୍ଟ ୧୦  : ରାଜସ୍ଥାନ ଚାଲିଥିବା ରାଜନୈତିକ ସଙ୍କଟ ଦୂର ହୋଇନଥିବା ବେଳେ କଂଗ୍ରେସ ଦଳ ପାଇଁ ଅଡୁଆ ହୋଇ ଛିଡା ହେଲାଣି ପଞ୍ଜାବ ସରକାରରେ ଚାଲିଥିବା ଅର୍ନ୍ତଦ୍ୱନ୍ଦ କଳହ । ପଞ୍ଜାବ ରେ ହୋଇଥିବା ଆଭ୍ୟନ୍ତରୀଣ କଳହକୁ ନେଇ ରାଜସ୍ଥାନ ରାଜନୈତିକ ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା । ବର୍ତ୍ତମାନ ମହାରାଷ୍ଟ୍ରରୁ ଯେଉଁ ସୂଚନା ମିଳୁଛି, ଏହା ନିଶ୍ଚିତ ଯେ କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀଙ୍କ ନିଦ ହଜି ଯାଇଥିବ । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ମହାବିକାଶ ଅଗାଡୀ ସରକାର ଉପରେ ସଙ୍କଟର କଳା ବାଦଲ ଘୋଡାଇବା ଆରମ୍ଭ କଲାଣି । କଂଗ୍ରେସ-ଏନସିପି ସମର୍ଥନରେ ଗଠିତ ରାଜ୍ୟର ପ୍ରଥମ ଶିବସେନା ସରକାରରେ ସାମିଲ ଥିବା ଅନେକ ବିଧାୟକ ଏହି ମେଣ୍ଟକୁ ନେଇ ରାଗିଛନ୍ତି ବୋଲି କୁହାଯାଉଛି । ପ୍ରାୟ ଏକ ଡଜନରୁ ଅଧିକ ଏନସିପି ବିଧାୟକ ବର୍ତ୍ତମାନ ବିଜେପି ସମ୍ପର୍କରେ ଥିବା ସୂଚନା ମିଳିଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ-ଏନସିପି ସମର୍ଥନରେ ଏକ ସରକାର ଗଠନ କରି ଦଶନ୍ଧି ପୁରୁଣା ବନ୍ଧୁ ବିଜେପି ସହ ମେଣ୍ଟ ଭାଙ୍ଗି ମହାରାଷ୍ଟ୍ରରେ ସରକାର ଗଠନ କରିଛି । ପ୍ରଥମ ଶିବସେନା ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟରେ ଶପଥ ଗ୍ରହଣ କରିବା ସହିତ ଉଦ୍ଧବ ଠାକରେ କ୍ୟାବିନେଟ ଗଠନ ବିଭାଗକୁ ନେଇ ପ୍ରଥମ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। କେଉଁ ପାର୍ଟିର କେତେ ଜଣ ବିଧାୟକଙ୍କୁ କେଉଁ ବିଭାଗ ବଣ୍ଟା ଯିବ ସେ ନେଇ କିଛି ମାସ ପର୍ଯ୍ୟନ୍ତ ଟଣାଓଟରା ଲାଗି ରହିଥିଲା । ଏହା ପରେ ମଧ୍ୟ ବିଭାଗ ଆବଣ୍ଟନକୁ ନେଇ କିଛି ବିଧାୟକଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା ।

ଏବେ ଜାଣିବାକୁ ମିଳିଛି ଯେ ଉଦ୍ଧବ ଠାକରେଙ୍କ ଉପରେ ଅସନ୍ତୋଷ ଥିବା ଏନସିପିର ଏକ ଡଜନରୁ ଉର୍ଦ୍ଧ୍ୱ ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି । ଅନୁମାନ କରାଯାଉଛି ଯେ ଶିବସେନା ନେତୃତ୍ୱାଧୀନ ମିଳିତ ସରକାରରେ ଅସନ୍ତୁଷ୍ଟ ଥିବା ଏହି ଏନସିପି ବିଧାୟକମାନେ ଚଳିତ ମାସ ଶେଷରେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କିଛି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଯଦି ଏହା ଘଟେ ତେବେ ମହାରାଷ୍ଟ୍ରର କଂଗ୍ରେସ-ଏନସିପି ସମର୍ଥିତ ଶିବସେନା ସରକାର ମଧ୍ୟ ପତନ ହେବାକୁ ଯାଉଛି। ବର୍ତ୍ତମାନ 288 ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିର 105 ଜଣ ବିଧାୟକ ଥିବାବେଳେ ଏନସିପି 54 ଶିବସେନାରେ 56 ଜଣ ବିଧାୟକ ଅଛନ୍ତି। କଂଗ୍ରେସର 44 ଜଣ ସଦସ୍ୟ ଅଛନ୍ତି। 12 ଜଣ ଏନସିପି ବିଧାୟକ ଯଦି ଦଳରୁ ନିଜ ଇସ୍ତାଫା ଦେଉଛନ୍ତି ତେବେ ଏହା ନିଶ୍ଚିତ ଯେ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି ।

ଅର୍ଥାତ୍ ଏହି ଖବର ଯଦି ସତ ହୁଏ ତେବେ କଂଗ୍ରେସ ହାତରୁ ପୁଣି ଏକ କଂଗ୍ରେସ ଶାସିତ ରାଜ୍ୟ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଗତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶରେ ବିଜେପିରେ ଯୋଗଦେବା ମାତ୍ରେ କମଲ ନାଥ ସରକାରଙ୍କୁ ବିଦାୟ ନେବାକୁ ପଡିଥିଲା । ରାଜସ୍ଥାନରେ ବର୍ତ୍ତମାନ ଏଭଳି ପରିସ୍ଥିତି ଦେଖାଯାଉଛି, ଯେଉଁଠାରେ ଅଶୋକ ଗେହଲୋଟ୍ ନିଜ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ଥିବା କହୁଥିଲେ ମଧ୍ୟ ପାଇଲଟ୍ କ୍ୟାମ୍ପ ତାଙ୍କ ସରକାରକୁ ହଟାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ଏବେ ମହାରାଷ୍ଟ୍ରର କଂଗ୍ରେସ ମିଳିତ ସରକାର ଉପରେ ସଙ୍କଟ ଆରମ୍ଭ ହୋଇଛି । ଏହା କୁହାଯାଇପାରେ ଯେ କଂଗ୍ରେସ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ବର୍ତ୍ତମାନ ଅଧ୍ୟକ୍ଷ ରହିଥିବା ସୋନିଆ ଗାନ୍ଧୀଙ୍କର ବର୍ତ୍ତମାନ କଂଗ୍ରେସ ଦଳରେ ଏଭଳି ଆଭ୍ୟନ୍ତରୀଣ କନ୍ଦଳ ନିଦ ହଜାଇ ଦେଇଥିବ ।

By amfnews

Related Post