Sun. Dec 29th, 2024

ମଧୁସୂଦନ ପାଠାଗାରରେ ଗଙ୍ଗାଧରଙ୍କ ଜୟନ୍ତୀ

By amfnews Sep 4, 2018 #Featured
156 Views

ରାଉରକେଲା, ୪ା୯ : ଛେଣ୍ଡ ମଧୁସୂଦନ ନଗରର ଛେଣ୍ଡ ୱେଲଫେୟାର କମିଟି ପରିସରରେ ଥିବା ମଧୁସୂଦନ ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୬ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ପୂର୍ବତନ ଉପଜିଲାପାଳ ତଥା ବିଶିଷ୍ଟ ଶିକ୍ଷାବିତ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଗଙ୍ଗାଧରଙ୍କ ବିଭିନ୍ନ କାବ୍ୟ କବିତାର ରସାଣିତ ପଂଙ୍କ୍ତିଗୁଡିକୁ ବ୍ୟାଖ୍ୟା କରି ଶ୍ରୋତମଣ୍ଡଳୀଙ୍କୁ ବିମୁଗ୍ଧ କରିଥିଲେ ।

କବିଙ୍କ ଉଚ୍ଚକୋଟୀର କାବ୍ୟ କବିତା ଅନ୍ୟ ଭାଷାରେ ସେ ସମୟରେ ଅନୁବାଦିତ ନ ହୋଇପାରିବା ତାଙ୍କୁ ବିଶ୍ୱଦରବାରରେ ପରିଚିତ କରାଇବାରେ ଅନ୍ତରାୟ ସୃଷ୍ଟି କରିଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ସେ ଯାହାହେଉ ତାଙ୍କ ଦ୍ୱାରା ଲିଖିତ ମନଛୁଆଁ କାବ୍ୟ କବିତା ଓଡିଶାର ଘରେ ଘରେ ବେଶ୍ ଆଦୃତ ଓ ତାହାହିଁ ତାଙ୍କୁ ଓଡିଶା ସାହିତ୍ୟ ଜଗତର ମଉଡମଣି ବୋଲି ପରିଚିତ କରାଇପାରିଛି । ଅନ୍ୟତମ ଅତିଥି ଶିକ୍ଷାବିତ୍ ବିପିନ ବିହାରୀ ନାୟକ ଯୋଗ ଦେଇ ଗଙ୍ଗାଧର ତାଙ୍କ କାବ୍ୟ କବିତା ମାଧ୍ୟମରେ ସମଗ୍ର ଓଡିଶାର ଜନସାଧାରଣଙ୍କ ନିକଟରେ ସାହିତ୍ୟାକାଶର ସ୍ମୃତି ଭାବରେ ସବୁଦିନ ଆଲୋକିତ କରି ରଖିବ ବୋଲି ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଭାବେ ଡାକ୍ତର ପତିତପାବନ ମଣ୍ଡଳ ଯୋଗ ଦେଇ ଗଙ୍ଗାଧରଙ୍କ ସମୟରେ ଓଡିଶାର ଭୌଗଳିକ ସ୍ଥିତି ଓ ଭାଷା ସମସ୍ୟା ଉପରେ ଆଲୋକପାତ କରିବା ସହ ଓଡିଆ ଭାଷାର ଦୁର୍ଦ୍ଦିନ ବେଳେ ଏହାକୁ ବଞ୍ଚାଇବାକୁ ସେ ମୁଖ୍ୟ ଯୋଦ୍ଧାର ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଥିଲେ । ଯେତେଦିନ ପର୍ଯ୍ୟନ୍ତ ଏ ଓଡିଆ ଭାଷା ବଞ୍ôଚରହିଛି ସେତେଦିନ ପର୍ଯ୍ୟନ୍ତ ସମଗ୍ର ଓଡିଶାର ଜନସାଧାରଣ ଗଙ୍ଗାଧରଙ୍କୁ ମନେ ରଖିବେ ବୋଲି କହିଥିଲେ । ପାଠାଗାର ସଭାପତି ତଥା ଆଇନ୍ଜୀବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ବିଜୟ କୁମାର ବରାଳ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୂର୍ଯ୍ୟନାରାୟଣ ପଣ୍ଡା, ନିରଞ୍ଜନ ପ୍ରଧାନ, ରାଖଲ ମହାନ୍ତି, ଜୟରାମ ସାମଲ, ସଞ୍ଜୀବ ବେହେରା, ବିରଞ୍ôଚ ନାୟକ, ଅନିରୁଦ୍ଧ ମିଶ୍ର, ପ୍ରକାଶ ମହନ୍ତ, ଓମ୍ ପ୍ରକାଶ ପାଣ୍ଡେ, ସର୍ବେଶ୍ୱର ଜେନା, ଚପଳକାନ୍ତ ଗଡନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ସମଗ୍ର ଜିଲାର ବିଭିନ୍ନ ଅଞ୍ଚଳରୁ କେରଳ ବନ୍ୟା ଦୁର୍ଗତଙ୍କ ସହାୟତା ପାଇଁ ୬ ଲକ୍ଷରୁ ଊଦ୍ଧ୍ୱର୍ ଅର୍ଥ ସଂଗ୍ରହ, ସିପିଆଇଏମ୍ ପକ୍ଷରୁ ଜିଲାବାସୀଙ୍କୁ କୃତଜ୍ଞତା
ରାଉରକେଲା, ୨ା୯ (): କେରଳରେ ଘଟିଯାଇଥିବା ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ବିପନ୍ନ ହୋଇଥିବାରୁ ସିପିଆଇ (ଏମ୍) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ଜିଲାବ୍ୟାପି ରିଲିଫ୍ ପାଣ୍ଠି ସଂଗ୍ରହ ପାଇଁ ଏବଂ ନିଜ ନିଜର ଦିନକର ଦରମା ପ୍ରଦାନ ପାଇଁ ଡାକରା ଦିଆଯାଇଥିଲା । ଏହି ଡାକରାକୁ ପାର୍ଟିର ନେତୃବୃନ୍ଦ ଓ କର୍ମୀମାନେ ଆନ୍ତରିକ ସହକାରେ ଗ୍ରହଣ କରି ରିଲିଫ୍ ସଂଗ୍ରହରେ ଲାଗି ଯାଇଥିଲେ । ଏହି ରିଲିଫ୍ ସଂଗ୍ରହ ସମୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ମୋଟ ୬ ଲକ୍ଷ ୪୪ ହଜାର ୩୫୨ ଟଙ୍କା ସଂଗ୍ରହ କରାଯାଇଥିଲା ।

ରିଲିଫ୍ ପାଣ୍ଠି ସଂଗ୍ରହ ହୋଇଥିବା ଜିଲାର ବିଭିନ୍ନ ଅଞ୍ଚଳ ମଧ୍ୟରେ ଜିଲା କମିଟି ସଭ୍ୟଙ୍କ ଠାରୁ ୧୭ ଲକ୍ଷ ୩୪ ଟଙ୍କା, କୋଇଡା (କ) ଶାଖାରୁ ୧ ଲକ୍ଷ ୨ ହଜାର ଓ ସଭ୍ୟମାନଙ୍କ ଗୋଟିଏ ଦିନର ଦରମା ବାବଦକୁ ୧୦ ହଜାର ଟଙ୍କା, କୋଇଡା (ଖ) ଶାଖାରୁ ୧ ଲକ୍ଷ ୧ ହଜାର ଟଙ୍କା ଓ ସଭ୍ୟମାନଙ୍କ ଗୋଟିଏ ଦିନର ଦରମା ବାବଦକୁ ୭ ହଜାର ଟଙ୍କା, ଲହୁଣୀପଡା ଅଞ୍ଚଳରୁ ୪୮ ହଜାର ୪୮୦ ଟଙ୍କା ଓ ସଭ୍ୟମାନଙ୍କ ଗୋଟିଏ ଦିନର ଦରମା ବାବଦକୁ ୨ ହଜାର ଟଙ୍କା, ଖୁଣ୍ଟୁଗାଁ ଅଞ୍ଚଳରୁ ୩ ହଜାର ୯୦ ଟଙ୍କା ଓ ସଭ୍ୟମାନଙ୍କ ଗୋଟିଏ ଦିନର ଦରମା ବାବଦକୁ ୮ ଶହ ଟଙ୍କା, ବଣେଇ ଅଞ୍ଚଳରୁ ୧୮ ହଜାର ୭ ଶହ ଟଙ୍କା ଓ ସଭ୍ୟମାନଙ୍କ ଗୋଟିଏ ଦିନର ଦରମା ବାବଦକୁ ୧ ହଜାର ଟଙ୍କା, ଗୁରୁଣ୍ଡିଆ ଅଞ୍ଚଳରୁ ୩ ହଜାର ୨ ଶହ ଟଙ୍କା ଓ ସଭ୍ୟମାନଙ୍କ ଗୋଟିଏ ଦିନର ଦରମା ବାବଦକୁ ୮ ଶହ ଟଙ୍କା, ରାଉରକେଲା, ରଘୁନାଥପାଲୀ ଓ ଜିଲା ନେତୃବୃନ୍ଦ ଏବଂ ଅନ୍ୟାନ୍ୟ ସାଥୀମାନଙ୍କ ଠାରୁ ମିଳିତ ଭାବେ ୭୪ ହଜାର ଟଙ୍କା ସମେତ ରାଉରକେଲାରୁ ୯ ହଜାର ୫୦ ଟଙ୍କା, ରଘୁନାଥପାଲୀ ଅଞ୍ଚଳରୁ ୧ ହଜାର ଟଙ୍କା, ବିଶ୍ରା ଅଞ୍ଚଳରୁ ୨ ହଜାର ୫୫୮ ଟଙ୍କା, କମରେଡ ଲକ୍ଷ୍ମଣ ମୁଣ୍ଡା ଓ ପ୍ରମୋଦ ସାମଲଙ୍କ ମିଳିତ ଉଦ୍ୟମରେ ୨ ଲକ୍ଷ ଟଙ୍କା ଏବଂ କମରେଡ ପ୍ରମୋଦ ସାମଲଙ୍କ ଗୋଟିଏ ମାସର ପେନ୍ସନ ଅର୍ଥ ୨୭ ହଜାର ୫ ଶହ ଟଙ୍କା ଭାବରେ ମୋଟ ୬ ଲକ୍ଷ ୪୪ ହଜାର ୩୫୨ ଟଙ୍କା ସଂଗୃହୀତ ହୋଇଥିଲା । ରିଲିଫ୍ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ଜିଲା ବାସିନ୍ଦାମାନେ ଅତ୍ୟନ୍ତ ଉତ୍ସହ ସହକାରେ ପାଣ୍ଠି ସଂଗ୍ରହ କରିଥିବା ପରିଲକ୍ଷିତ ହୋଇଛି । ଜନସାଧାରଣଙ୍କ ଏହି ଅକୁଣ୍ଠ ସହଯୋଗ ପାଇଁ ଜିଲା କମିଟି ସମଗ୍ର ଜିଲାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛି ।

କିଟ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଶିକ୍ଷାଲାଭ ପାଇଁ ଦୀପିକା ଇସ୍ପାତ ଶିକ୍ଷା ସଦନରୁ ଉତ୍ତୀର୍ଣ୍ଣ ୭ ଜଣ ବିଦ୍ୟାର୍ଥୀ
ରାଉରକେଲା, ୨ା୯ () : ଇସ୍ପାତ ସହରର ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସ୍ଥାପିତ ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷା ସଦନରୁ ଉତ୍ତୀର୍ଣ୍ଣ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ଆରଏସପି, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି, ଭୁବନେଶ୍ୱରରେ ଆଇଟିଆଇ କୋର୍ସ ଅଧ୍ୟୟନ ନିମନ୍ତେ ପ୍ରାୟୋଜିତ କରିଛି । ଉପରୋକ୍ତ ଛାତ୍ରଛାତ୍ରୀମାନେ ହେଲେ ବର୍ଷାରାଣୀ ଜେନା, ଅମନ ବାଗ, ବିବେକ ରାଉତ, ରାଜା ମହାନନ୍ଦ, ସାହିଲ ନାୟକ, ରୋନିତ ଯୋଜୋ ଏବଂ ଦେବରାଜ ବାରିକ ।

ଉଲ୍ଲେଖନୀୟ ଯେ, ଏହି ସମସ୍ତ ଛାତ୍ରଛାତ୍ରୀ ଦୀପିକା ଇସ୍ପାତ ଶିକ୍ଷା ସଦନରୁ ଶିକ୍ଷାଲାଭ କରିଛନ୍ତି । ଆରଏସପି ଏହାର ସିଏସଆର ପ୍ରୟାସ ଅନ୍ତର୍ଗତ କିଟରେ ସେମାନଙ୍କର ଆବାସିକ ଶିକ୍ଷାଲାଭ ନିମନ୍ତେ ବିଦ୍ୟାର୍ଥୀ ପିଛା ବାର୍ଷିକ ୫୭ ହଜାର ଟଙ୍କା ପ୍ରଦାନ କରିବ । ଏହି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଆରଏସପି ସହର ପ୍ରଶାସନ ବିଭାଗର ଜିଏମ ଏନ କେ ସାମନ୍ତରାୟ ଅଗଷ୍ଟ ୩୦ ତାରିଖରେ ପାଶ୍ୱର୍ାଞ୍ଚଳ ବିକାଶ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ଏକ ଉତ୍ସବରେ ଭେଟିଥିଲେ ଏବଂ ଏହି ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ । ଏହି ଅବସରରେ ସିଏସଆର ବିଭାଗର ଏଜିଏମ ସୁଶ୍ରୀ ମୁନମୁନ ମିତ୍ରା ଓ ବିଭାଗର ଅନ୍ୟ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ବିଦ୍ୟାଳୟକୁ ରାଉରକେଲାର ଅଗ୍ରଣୀ ଜନହିତୈଷି ଅନୁଷ୍ଠାନ ଦୀପିକା ମହିଳ ସଂଘତି ପରିଚାଳନା କରୁଛି । ସମ୍ପ୍ରତି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ଦୀପିକା ଇସ୍ପାତ ଶିକ୍ଷା ସଦନରେ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସେମାନଙ୍କର ସମସ୍ତ ପାଠ୍ୟ ପୁସ୍ତକ, ଉପକରଣ ତଥା ସ୍କୁଲ ଜୋତା ଏବଂ ସ୍କୁଲ ବ୍ୟାଗ ମାଗଣାରେ ପାଇଥାନ୍ତି । ଏହି ବିଦ୍ୟାଳୟରୁ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ୨୦୧୬ ମସିହାରେ ଓଡିଶା ମାଧ୍ୟମିକ ବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ କରିଥିଲେ । ଏହି ବିଦ୍ୟାଳୟରୁ ପାସ କରିବା ପରେ ମଧ୍ୟ ଆରଏସପି ଏହାର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷାଲାଭ ନିମନ୍ତେ ସହାୟତା ଯୋଗାଇଦେଉଛି । ଆରଏସପିର ସିଇଓ ଅଶ୍ୱିନୀ କୁମାରଙ୍କ ମାର୍ଗଦର୍ଶନରେ ଇସ୍ପାତ କାରଖାନା ଏହି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଲାଭ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେଉଛି । ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ ଛାତ୍ରଛାତ୍ରୀ ଆରଏସପିର ସହାୟତାରେ ପୂର୍ବ ବ୍ୟାଚରେ କିଟରେ ଅଧ୍ୟୟନରତ ଅଛନ୍ତି ।

By amfnews

Related Post