Fri. May 23rd, 2025

ମଦଭାଟିରୁ ମଦ ଆଣିବା ଲାଗି ବାପାକୁ ପଠାଇ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଲା ସାଙ୍ଗ !

By amfnews Oct 21, 2018 #Featured
271 Views

ଜୟପୁର:ଜଣେ ୩୫ ବର୍ଷୀୟ ମଦ୍ୟପ ବୃଜଭାନ ଗୁର୍ଜର ବିଳମ୍ବିତ ରାତ୍ରିରେ ତା’ର ସାଙ୍ଗ ଘରେ ପହଞ୍ଚଲା। ସେତେବେଳେ ରାବଣ ପୋଡ଼ି ଦେଖିବାକୁ ସାଙ୍ଗର ସ୍ତ୍ରୀ ଚାଲି ଯାଇଥିଲେ। ବୃଜଭାନ ଯାଇଥିଲା ସାଙ୍ଗ ସହିତ ମଦ ପିଇବାକୁ ହେଲେ ଘରେ ମଦ ନ ଥିଲା।
ତା’ପରେ ସାଙ୍ଗ ଜଣକୁ ବୃଜଭାନ ପାଖ ମଦ ଭାଟିରୁ ମଦ ଆଣିବା ଲାଗି କହିଥିଲା। ସାଙ୍ଗ ଘରୁ ଯିବା ପରେ ବୃଜଭାନର ଆଖି ଛାଡ଼ିଥିଲା,ସାଙ୍ଗର ପାଞ୍ଚବର୍ଷୀୟା ନାବାଳିକା ଝିଅ ଉପରେ। ସେ ତତ୍‌କ୍ଷଣାତ୍‌ ନାବାଳିକା ସହିତ ଦୁଷ୍କର୍ମ କରିଥିଲା। ତା’ପରେ ସେଠାରୁ ଫେରାର୍‌ ହୋଇଯାଇଥିଲା।
ମଦ ନେଇ ଫେରିବା ପରେ ବ୍ୟକ୍ତି ଜଣକ ଜାଣି ପାରିଲେ ତାଙ୍କ ନାବାଳିକ ଝିଅ ଦୁଷ୍କର୍ମର ଶିକାର ହୋଇଛି। ତା’ପରେ ସେ ପୁଲିସ ଥାନାରେ ଅଭିଯୋଗ କରିଥିଲେ ଓ ଲହୁଲୁହାଣ ଝିଅକୁ ଡାକ୍ତର ଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରିଲେ।


ରୁଦାବଲ ଥାନା ପୁଲିସ ଅଭିଯୁକ୍ତ ବୃଜଭାନକୁ ଗିରଫ କରିଥିଲେ। ବୃଜଭାନ ପୂର୍ବରୁ ୨୦୦୯ରେ ନିଜ ଗାଆଁ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏହି ମାମଲାରେ ଗିରଫ ହୋଇ ବୃଜଭାନ ଜେଲ ଦଣ୍ଡ ଭୋଗୁଥିଲା। ଟ୍ରାଏଲ୍‌ ସମୟରେ ସେ ଜାମିନ୍‌ରେ ଆସି ଏଭଳି କାଣ୍ଡ ପୁଣି ଭିଆଇଛି। ବୃଜଭାନ ଛଅଟି ପିଲାର ବାପା ବୋଲି ଜଣାଯାଇଛି।

By amfnews

Related Post