Sat. Mar 7th, 2026

ମଥୁରାରୁ ପୁଣି ନିର୍ବାଚନ ଲଢ଼ିବେ ହେମାମାଳିନୀ, କହିଲେ ପାର୍ଟିରୁ ମିଳିଛି ସବୁଜ ସଂକେତ

317 Views

ମଥୁରା, ଜାନୁଆରୀ ୩୦ : ଅଭିନୟ ଜଗତରୁ ରାଜନୀତି ଦୁନିଆକୁ ଆସିଥିବା ହେମାମାଳିନୀ ପୁଣି ଥରେ ମଥୁରାରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିରୁ ତାଙ୍କୁ ସବୁଜ ସଂକେତ ମିଳିଛି। ବିଜେପି ସାଂସଦଙ୍କ ଦାବି ଅନୁସାରେ ନିଜ ସଂସସୀୟ ଅଂଚଳରେ ବିକାଶମୂଳକ କାମ କରିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ସେ ନିଶ୍ଚିତ ଭାବରେ ଜିତିବେ। ହେମାମାଳିନୀ ନିଜର ଅଂଚଳର ଲୋକଙ୍କୁ ମଥୁରା ଜଙ୍କସନ ରେଳେଓ୍ଵ ଷ୍ଟେସନର ଆଧୁନିକୀକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ମଥୁରା ଜଙ୍କସନ୍‌ ଷ୍ଟେସନରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ ହେମାମାଳିନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଷ୍ଟେସନର ଆଧୁନିକୀକରଣ ପାଇଁ ରେଳବାଇ ଅଧିକାରୀ ପ୍ରଶଂସନୀୟ କାମ କରିଛନ୍ତି। ମଥୁରାରୁ ପୁଣି ଥରେ ନିର୍ବାଚନରେ ଲଢ଼ିବା ନେଇ ହେମା କହିଛନ୍ତି, ପାର୍ଟି ଏବାବଦରେ ସବୁଜ ସଂକେତ ଦେଇଛି ଏବଂ ସେ ଏଥିପାଇଁ ପ୍ରାଥମିକ କାମ କରିବା ଆରମ୍ଭ କରି ଦେଇଛନ୍ତି।

ସେ କହିଛନ୍ତି, ମଥୁରା ଏବଂ ଲକ୍ଷ୍ନୌ ମଧ୍ୟରେ ଏକ ଟ୍ରେନ ଚଳାଇବାକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିବି। ଏହା ପୂର୍ବରୁ ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ମିଡିଆ କର୍ମୀଙ୍କୁ କହିଛନ୍ତି ୨ୟ ଥର ନିର୍ବାଚନ ଜିତିବେ।

By amfnews

Related Post