Wed. Mar 11th, 2026

ମଣ୍ଡିରୁ ଉଠୁନି ଧାନ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ପ୍ରତିବାଦ

202 Views

ମାଲକାନଗିରି : ମଣ୍ଡିରୁ ଧାନ ଉଠୁ ନ ଥିବା କାରଣରୁ ସୋମବାର ସକାଳ ୮ଟା ପର ଠାରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାନ ବସ୍ତା ଥୋଇ ଚାଷୀମାନେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ମଣ୍ଡିରେ ପଡ଼ିଥିବା ଧାନ ତୁରନ୍ତ ଉଠାଯାଉ ଏବଂ ଧାନ କିଣା ଟାର୍ଗେଟ୍‌ ବଢ଼ା ଯାଉବୋଲି ଦାବି କରି ସମବେତ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଦୁଇଟି ମୁଖ୍ୟ ଫାଟକକୁ ଲଗାଇ ଧାନ ବସ୍ତା ଗଦେଇ କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡୁ ନାହାନ୍ତି।

ପ୍ରତିବାଦକାରୀ ଚାଷୀମାନଙ୍କୁ ସମର୍ଥନ ଜଣାଇ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ସେମାନଙ୍କ ସହ ଧାରଣାରେ ବସିଛନ୍ତି।

ଜିଲ୍ଲାରେ ଥିବା ସମୁଦାୟ ୬୨ଟି ମଣ୍ଡିରୁ ପଦ୍ମଗିରି, ଏମ୍‌ଭି-୧୧, ମାଲକାନଗିରି ଆଦି ୩ଟି ମଣ୍ଡିକୁ ଛାଡ଼ି ବାକି ସମସ୍ତ ମଣ୍ଡିରୁ ଧାନ ଉଠା ସରିଛି। ବାକି ଥିବା ୩ଟି ମଣ୍ଡିରୁ ଖୁବ୍‌ ଶୀଘ୍ର ଧାନ ଉଠା ଯିବାର ବ୍ୟବସ୍ଥା କରାଯାଉଥିବା କଥା ପ୍ରଶାସନ ତରଫରୁ କୁହାଯାଉଛି।

By amfnews

Related Post