Sun. Jun 15th, 2025

ଭୋପାଳରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ହେବା ପ୍ରସଙ୍ଗରେ ଏହା କହିଲେ ବଲିଉଡ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌

By amfnews Jan 22, 2019 #Featured
328 Views

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରୁ କଂଗ୍ରେସର ଲୋକସଭା ପ୍ରାର୍ଥୀମାନେ ଗତ ୪୦ ବର୍ଷଧରି ନିୟମିତଭାବେ ପରାଜୟ ବାରଣ କରୁଛନ୍ତି। ଏହି ଆସନ ଭାରତୀୟ ଜନତା ପାର୍ଟିର କବଜାରେ ରହିଛି।ଏହାକୁ ଆଖିରେ ରଖି ଦୁଇଜଣ କଂଗ୍ରେସ ନେତା ଆଗାମୀ ସାଧାରଣ ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କୁ ଭୋପାଳରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ କରାଇବା ଲାଗି ଦାବି କରିଛନ୍ତି। ଏହି ଦୁଇ ଜଣ ନେତା ହେଲେ ଗୁଡୁ ଚୌହାନ ଓ ଅନୀସ ଖାନ୍‌। ସେମାନେ କହିଛନ୍ତି ଯେ,କରିନାଙ୍କର ଯୁବ ପ୍ରଶଂସକଙ୍କ ସଂଖ୍ୟା ଅଧକ ହୋଇଥିବା ହେତୁ ତାଙ୍କୁ ଭୋପାଳରୁ ପ୍ରାର୍ଥୀ କୀରାଯାଉ।


କରିନା କପୁର ଖାନ୍‌ଙ୍କ ଶଶୁର ମନସୁର ଅଲ୍ଲୀ ଖାନ୍‌ ପଟୌଦି ଭୋପାଳରୁ ୧୯୯୧ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢିଥିଲେ ,ମାତ୍ର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଶୀଲ ଚନ୍ଦ୍ରଙ୍କ ଠାରୁ ପରାଜିତ ହୋଇଥିଲେ। ବର୍ମା ପଟୌଦିଙ୍କୁ ଏକ ଲକ୍ଷ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ଏଣୁ କରିନାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ଉଚିତ ବୋଲି ଦୁଇ ନେତା କହିଛନ୍ତି। ତେବେ କରିନା କପୁର ଖାନ୍‌ ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ସିନେମାପାଇଁ ଫୁରସତ୍‌ ନାହିଁ କେତେବେଳେ ରାଜନୀତି କରିବେ। ସବୁଠାରୁ ବଡ଼ କଥା ହେଲା ତାଙ୍କୁ କୌଣସି ପାର୍ଟି ପକ୍ଷରୁ ଏଯାଏଁ ପ୍ରସ୍ତାବ ବି ମିଳି ନାହିଁ । ତାଙ୍କର ରାଜନୀତିରେ ଆଗ୍ରହ ନାହିଁ।

By amfnews

Related Post