Sat. Jan 11th, 2025

ଭୋଟର ତାଲିକା ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ

By amfnews Nov 6, 2018 #Featured
128 Views

ରାଉରକେଲା, ୬ା୧୧  : ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପାନପୋଷ ଉପଖଣ୍ଡର ସମସ୍ତ ରାଜନୈତିକ ଦଳ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଲୋଚନା କରାଯିବା ସହ ନିଜ ନିଜର ମତବ୍ୟକ୍ତ କରିଥିଲେ । ବୈଠକରେ ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ସ୍ୱାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମର ସମ୍ପ୍ରସାରିତ ତାରିଖ ୧୫.୧୧.୨୦୧୮ ମଧ୍ୟରେ ନିଜ ନିଜର ନାମ ପଞ୍ଜିକରଣ, ବାଦ୍, ସଂଶୋଧନ ତଥା ସ୍ଥାନାନ୍ତର ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ଆବେଦନ କରିବାକୁ ପ୍ରଶାସନ ପକ୍ଷରୁ ସଚେତନତା ପାଇଁ ପ୍ରଚାର କରିବାକୁ ସ୍ଥିର କରାଯାଇଛି । ଏତଦ୍ବ୍ୟତୀତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୟରେ ଭୋଟର ସହାୟତା କେନ୍ଦ୍ରର ସମୟ ସାରଣୀରେ ପରିବର୍ତ୍ତନ କରି ସକାଳ ୧୦ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ସାଧାରଣ ଜନତାଙ୍କୁ ସହାୟକ ହେବ ।

ବୈଠକରେ ସମସ୍ତ ରାଜନୈତିକ ଦଳର ଉପସ୍ଥିତ କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଛି ଯେ, ଦଳ ତରଫରୁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରି ସମ୍ଭାବିତ ତ୍ରୁଚି ବିଚ୍ୟୁତିକୁ ଏଡାଇବାରେ ସହଯୋଗ କରିପାରିବେ । ବୈଠକର ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରବି ରାୟ, ରାମପୁକାର ସିଂ, ରଶ୍ମୀରଞ୍ଜନ ପାଢୀ, ରମେଶ ଗୁପ୍ତା, ସୁରେନ୍ଦ୍ର ପରିଡା, ଦୀନବନ୍ଧୁ ଭୋଳ, ଭାରତୀୟ ଜନତା ପାର୍ଟି ପକ୍ଷରୁ ରମେଶ ଚନ୍ଦ୍ର ବଳ, ହରିହର ରାଉତରାୟ, ବିନୋଦ କୁମାର, ବହୁଜନ ସମାଜ ପାର୍ଟିର ରଞ୍ଜନ କୁମାର ତନ୍ତୀ, ସୁନୀଲ ବାରୁଆ, ରଥୁ ତାଣ୍ଡି, ସିପିଆଇ ପାର୍ଟି ପକ୍ଷରୁ ସଦାନନ୍ଦ ସାହୁ, ସିପିଆଇ (ଏମ୍) ପକ୍ଷରୁ ପ୍ରମୋଦ କୁମାର ସାମଲ, ସୁରେନ୍ଦ୍ର ଦାସ, ବିଜୁ ଜନତା ଦଳ ତରଫରୁ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି, ଗଣେଶ୍ୱର ରାୟ, ରମାକାନ୍ତ ପାଢୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

By amfnews

Related Post