Mon. Nov 25th, 2024

ଭୂତ ବେଶରେ ଲୋକଙ୍କୁ ଡରାଉଥିବା ୭ ଯୁବକଙ୍କୁ ଗିରଫ କଲା ପୁଲିସ

By amfnews Nov 13, 2019 #Featured
157 Views

ବାଙ୍ଗାଲୋର: ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବାକୁ ୭ ଜଣ ଯୁବକ ଆରମ୍ଭ କଲେ ଅଦ୍ଭୁତ ଯୋଜନା | ରାତିରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଭୂତ ବେଶରେ ଡରାଇ ଏହାର ଭିଡିଓ କରୁଥିଲେ | ଏହି ଭିଡିଓକୁ ସୋସିଆଲ ମିଡ଼ିଆ ସାଇଟ ୟୁଟ୍ୟୁବରେ ଅପଲୋଡ଼ କରୁଥିଲେ | ଯାହାକି ଏବେ ଏମାନଙ୍କୁ ମହଙ୍ଗା ପଡିଛି | ପୁଲିସ ମାମଲା ରୁଜୁ କରି ୭ ଜଣ ୟୁଟ୍ୟୁବର୍ସଙ୍କୁ ଗିରଫ କରିଛି | ଗିରଫ ହୋଇଥିବା ଯୁବକଙ୍କ ବୟସ ୨୦-୨୭ ବର୍ଷ ବୋଲି ଜଣାପଡିଛି |

ମିଳିଥିବା ସୂଚନା ମୁତାବକ ଏହି ୭ ଜଣ ରାତି ହେବା ମାତ୍ରେ ଭୁତଙ୍କ ଭଳି ଧଳା ପୋଷାକ ପିନ୍ଧି ଓ ମୁଁହରେ ବିଚିତ୍ର ମେକଅପ କରି ବାଙ୍ଗାଲୋରର ଯଶବନ୍ତପୁର ରାସ୍ତାରେ ଯାଉଥିବା ଲୋକଙ୍କୁ ଡରାଉଥିଲେ | ରାସ୍ତାରେ ଯାଉଥିବା ଲୋକଙ୍କୁ ଜବରଦସ୍ତି ଅଟକାଇ ସେମାନଙ୍କୁ ହଇରାଣ କରୁଥିଲେ | କିଛି ଜଣ ଡରାଉଥିବାବେଳେ କିଛି ସଦସ୍ୟ ଏହାର ଭିଡିଓ ଉତ୍ତୋଳନ କରୁଥିଲେ |

ଲୋକଙ୍କ ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ଼ କରୁଥିଲେ | ତେବେ ବାରମ୍ବାର ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା | ଏହା ପରେ ଏମାନଙ୍କୁ ଗିରଫ କରାଯାଇଥିଲା | ଏମାନଙ୍କ ପାଖରୁ ମେକଅପ ସାମଗ୍ରୀ ସହ ଧଳା ପୋଷାକ ଜବତ କରାଯାଇଛି |

By amfnews

Related Post