Sat. Nov 23rd, 2024

ଭୁଶୁଡ଼ିଲା କେଜ୍ରିୱାଲଙ୍କ ୮୦ ବର୍ଷର ପୁରୁଣା ଛାତ , ବର୍ତ୍ତିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ

By amfnews Aug 7, 2020 #Featured
229 Views

ନୂଆଦିଲ୍ଲୀ, ଅଗଷ୍ଟ ୦୭  : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଏକ ବଡ଼ ଦୁର୍ଘଟଣା ହୋଇପାରି ନାହିଁ । ସିଭିଲ ଲାଇନ୍ସରେ ତାଙ୍କ ଘରର ଏକ ଛାତର ଏକ ଭାଗ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ସବୁଠାରୁ ଖୁସିର କଥା ଯେ, ଏହି ଦୁର୍ଘଟଣାରେ କୌଣସି ଲୋକ ଆହତ ହୋଇ ନାହାନ୍ତି । ଛାତକୁ କିଛି ଦିନ ପୂର୍ବରୁ ମରାମତି କରାଯାଇଥିଲା । ଗାଧୁଆ ଘରର ଛାତ ମଧ୍ୟ ଭାଙ୍ଗିଯାଇଛି । ଏହି ଘଟଣା ପରେ ୮୦ ବର୍ଷ ପୁରୁଣା କୋଠାର ସ୍ଥିତି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସରକାରୀ ସୂତ୍ର ଅନୁସାରେ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର ବାର ରୁମ ଭଳି ଥିଲା, ଯେଉଁଠାରେ ସବୁବେଳେ ବୈଠକ ବସୁଥିଲା । ସୌଭାଗ୍ୟର କଥା ଯେ, ଘଟଣା ସମୟରେ ଚ୍ୟାମ୍ବରରେ କେହି ନଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଘରର ଏକ ଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର କରାଯାଇଛି । ଯେଉଁ ଛାତ ଭାଙ୍ଗିଯାଇଛି, ଏହା ଅରବିନ୍ଦ କେଜ୍ରିୱାଲଙ୍କ ପର୍ସନାଲ ଚ୍ୟାମ୍ବର ଥିଲା ।

ସୂତ୍ର ଅନୁସାରେ ଯେଉଁ ଘରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଆସୁଛନ୍ତି, ଏହାକୁ ୧୯୪୨ ମସିହାରେ ନିର୍ମାଣ କରାଯାଇଥିଲା । ଏହି ଘରକୁ ବର୍ଷ ସାରା ବିଭିନ୍ନ ସମୟରେ ମରାମତି କରାଯାଉଛି । ବିଗତ ୩ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଫଳରେ କୋଠା ଦୁର୍ବଳ ହୋଇଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

By amfnews

Related Post