Sat. Nov 23rd, 2024

ଭୁମି ଅଧିକାର ଯୋଜନାରେ ସମସ୍ତ ବସ୍ତିବାସୀଙ୍କୁ ପର୍ଚା-ପଟ୍ଟା ପ୍ରଦାନ କରାଯାଉ – ଆମ୍ ଆଦମୀ ପାର୍ଟି

rklsanchar@gmail.com' By J.N. Pradhan Jul 23, 2018 #Featured
552 Views

ରାଉରକେଲା, ୨୩/୭ : ନିର୍ବାଚନ ବେଳେ ବିଜୁ ଜନତା ଦଳ ତରଫରୁ ସମସ୍ତ ଓଡ଼ିଶାବାସୀଙ୍କୁ ପକ୍କାଘର ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ଅତି ଦୁଃଖର କଥା ଯେ ବିଜେଡିର ୧୯ ବର୍ଷ ଓ ବିଜେପିର ୪ ବର୍ଷର ଶାସନ ପୁରଣ ହୋଇ ସାରିଥିଲେ ମଧ୍ୟ ଏପର୍ଯନ୍ତ ରାଉରକେଲାରେ କାହାରିକୁ ପକ୍କାଘର କିମ୍ବା ଜମି ପର୍ଚା-ପଟ୍ଟା ପ୍ରଦାନ କରା ଯାଇ ନାହିଁ ।

ସର୍ବପ୍ରଥମ ଆମ୍ ଆଦମୀ ପାର୍ଟି ତରଫରୁ ରାଉରକେଲା ସହରରେ ବସବାସ କରୁଥିବା ସମସ୍ତ ବସ୍ତିବାସୀଙ୍କୁ ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ପକ୍କାଘର କିମ୍ବା ଜମି ପର୍ଚା-ପଟ୍ଟା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଥିଲା । ଗତ ଜାନୁଆରୀ ମାସରେ ସମସ୍ତ ବସ୍ତିବାସୀଙ୍କୁ ପକ୍କାଘର ଓ ପର୍ଚା-ପଟ୍ଟା ପ୍ରଦାନ ପାଇଁ ଆମ୍ ଆଦମୀ ପାର୍ଟି ତରଫରୁ ଆବେଦନ ଫର୍ମ ଆଭିଯାନ ଆରମ୍ଭ କରାଯାଇଥିଲା ।

ଯାହା ଫଳରେ ରାଉରକେଲାର ୩୦ ହଜାରରୁ ଉଦ୍ଧ୍ୱର୍ ବସ୍ତିବାସୀ ଏହି ଅଭିଯାନରେ ସାମିଲ ହୋଇ ଏପ୍ରିଲ ୧୦ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆବେଦନ ଫର୍ମ ପଠାଇଥିଲେ । ଏହି ଅଭିଯାନ ପରେ ସରକାରଙ୍କ ତରଫରୁ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)” ନାଁରେ ସର୍ଭେ ଆରମ୍ଭ କରାଯାଇଥିଲା । ଏ ବାବଦରେ ଆମ୍ ଆଦ୍ମୀ ପାର୍ଟି ରାଜ୍ୟ ସମ୍ପାଦକ ବିନୟ ତିୱାରୀ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ ରଖି ତାଗିଦ୍ କରିଆସୁଛନ୍ତି । ଫଳସ୍ୱରୁପ ଖୁସିର ଖବର ଯେ ରାଜ୍ୟ ସରକାର ସମସ୍ତ ବସ୍ତିବାସୀଙ୍କୁ ଭୁମି ଅଧିକାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ତେଣୁ “ଭୁମି ଅଧିକାର” ଯୋଜନା ମାଧ୍ୟମରେ ରାଉରକେଲାର ସମସ୍ତ ବସ୍ତିବାସୀଙ୍କୁ ପର୍ଚା-ପଟ୍ଟା ତୁରନ୍ତ ପ୍ରଦାନ କରିବା ପାଇଁ ପାର୍ଟି ତରଫରୁ ପୁଣି ଥରେ ବସ୍ତିବାସୀଙ୍କୁ ପର୍ଚା-ପଟ୍ଟା ପ୍ରଦାନ ଅଭିଯାନ ଆରମ୍ଭ କରାଯାଇ ଅଛି । ଏହି ଅଭିଯାନରେ ଆମ୍ ଆଦମୀ ପାର୍ଟିର କର୍ମକର୍ତାମାନେ ରାଉରକେଲାରେ ବସବାସ କରୁଥିବା ସମସ୍ତ ବସ୍ତିବାସୀଙ୍କୁ ଭେଟି ଦାବୀପତ୍ରରେ ସ୍ୱାକ୍ଷର କରାଇବାର କାର୍ଯ୍ୟକ୍ରମ ରହିଛି । ଯେଉଁମାନଙ୍କର ପର୍ଚା-ପଟ୍ଟା କିମ୍ବା ପକ୍କା ଘର ନାହିଁ ସେମାନେ ଏହି ଦାବୀପତ୍ର ଉପରେ ସ୍ୱାକ୍ଷର କରି ପାରିବେ । ଭୁମି ଅଧିକାର ଯୋଜନା ମାଧ୍ୟମରେ ସମସ୍ତ ବସ୍ତିବାସୀଙ୍କୁ ପର୍ଚା-ପଟ୍ଟା ପ୍ରଦାନ ପାଇଁ ଏହି ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।

ପ୍ରକାଶ ଥାଉ କି ଗତ କାଲି ବନ୍ଧମୁଣ୍ଡାର ତିଲକାନଗର ବସ୍ତିରେ ସଙ୍ଗୀତା ବଡ଼ାଇକଙ୍କ ନେତୃତ୍ୱରେ ପାର୍ଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ବହୁ ସଂଖ୍ୟାରେ ବସ୍ତିବାସୀ ଏହି ଅଭିଯାନରେ ସାମିଲ ହୋଇ ଦାବୀପତ୍ର ଉପରେ ସ୍ୱାକ୍ଷର କରିବା ପାଇଁ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନିଷ ରାଉତ, ଚନ୍ଦନ ତାନ୍ତି, ରିଙ୍କୁ ସିଂହ, ପୁଙ୍ଗି ହେମ୍ବ୍ରମ, ସୋନୁ କୁମାର, ଶମ୍ସେର ସିଂହ, ରୁପା, ଲକ୍ଷୀ ସହିତ ବହୁ ସଂଖ୍ୟାରେ ବସ୍ତିବାସୀ ଏହି ବୈଠକରେ ଉପସ୍ଥିତ ଥିଲେ ।

Related Post