Fri. Dec 27th, 2024

ଭୁବନେଶ୍ୱର ଠାରେ ତୃତୀୟ ଜାତୀୟ ଗଣମାଧ୍ୟମ ସମ୍ମିଳନୀ ଉଦଘାଟିତ

By amfnews Sep 9, 2018 #Featured
226 Views

ଭୁବନେଶ୍ୱର ୦୯ ସେପ୍ଟେମ୍ବର :ତୃତୀୟ ଜାତୀୟ ଗଣମାଧ୍ୟମ ସମ୍ମିଳନୀ ଆଜି ଦିନ ୧୧ଟା ବେଳେ ଭୁବନେଶ୍ୱର ସ୍ଥିତ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ରଳ ସାମ୍ବାଦିକ ସଂଗଠନ ଓ ଭୁବନେଶ୍ୱର ମିଡିଆ ଫୋରମ୍ ର ସଦସ୍ୟଙ୍କୁ ନେଇ ଗଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ବରିଷ୍ଠ ସାମ୍ବାଦିକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇଥିଲେ ।

ଭୁବନେଶ୍ୱର ମିଡିଆ ଫୋରମ୍ ର ସଭାପତି ବିଭୂତି ଭୂଷଣ କର ପ୍ରଥମେ ନିଜ ଅଭିଭାଷଣ ଦ୍ୱାରା ଏହାକୁ ଆରମ୍ଭ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ଭବିଷ୍ୟତ ଗଣମାଧ୍ୟମ ବିକାଶକୁ ନେଇ ନିଜର ବକ୍ତବ୍ୟ ଦେଇଥିଲେ । ଆଗାମୀ ଯୁବପିଢ଼ିଙ୍କୁ ସହିଷ୍ମୁ ଓ ଭାଷା ଉପରେ ଗୁରୁତ୍ୱ ଦେବାପାଇଁ ଉଭୟ ପରାମର୍ଶ ଦେଇଥିଲେ ।

By amfnews

Related Post