Sat. Mar 7th, 2026

ଭୁବନେଶ୍ୱର ଇନ୍ଦିରା କଲୋନିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

262 Views

ଭୁବନେଶ୍ୱର : ଶନିବାର ରାତିରେ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ନାମ ଦୀପାଳି ପ୍ରିୟଦର୍ଶିନୀ ଜେନା। ଆନୁମାନିକ ବୟସ ୩୫ ବର୍ଷ ବୟସ୍କା ଦୀପାଳି ଓକିଲାତି କରୁଥିଲେ।ଏଠାରେ ସେ ତାଙ୍କର ଦୁଇ ଭଉଣୀ ଏବଂ ମାଆଙ୍କ ସହ ରହୁଥିଲେ। ଗତକାଲି ତାଙ୍କ ମାଆ ନିଜ ଗାଅାଁକୁ ଚାଲିଯାଇଥିଲେ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଂରୁ ଝୁଲିଥିବା ଶବକୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ବ୍ୟବଚ୍ଛେଦ କରାଇଛି।ଏହା ହତ୍ୟାକାଣ୍ଡ ବୋଲି ପରିବାର ଲୋକେ କହୁଛନ୍ତି।

By amfnews

Related Post