Thu. Dec 26th, 2024

ଭୁବନେଶ୍ୱର: ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ । ଆଜି ବି ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସାମାଜିକ ବିଜ୍ଞାନ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗିରରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । ବଲାଙ୍ଗିରର ଦେଓଗାଁରେ ଅ।ଜି ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି । ପରୀକ୍ଷା ନ ସରୁଣୁ ମୋବାଇଲରୁ ମୋବାଇଲକୁ ପ୍ରଶ୍ନପତ୍ର ଘୁରି ବୁଲିଥିବାର ଅଭିଯୋଗ ହୋଇଛି। କିନ୍ତୁ ଏକଥାକୁ ସ୍ପଷ୍ଟଭାବେ ସ୍ୱୀକାର କରୁନାହାନ୍ତି କି ଖଣ୍ଡନ କରୁ ନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ସେ କହିଛନ୍ତି ଯେ ପରୀକ୍ଷା ପ୍ରଶ୍ନପତ୍ର ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ରକୁ ମିଳାଇଲା ପରେ ପ୍ରକୃତ କଥା ଜଣାପଡ଼ିବ । ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ଗଣିତ ପ୍ରଶ୍ନପତ୍ର ବି ଭାଇରାଲ୍ ହୋଇଥିଲା। ଏହା ଉପରେ ବୋର୍ଡପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥର ମାଟ୍ରିକ୍‌ ପରୀକ୍ଷାରେ ଯେଉଁଭଳି ପ୍ରଶ୍ନପତ୍ର ଭାଇରାଲ ହେଲା ଆଗରୁ ସେଭଳି ହୋଇ ନ ଥିଲା ।

By amfnews Mar 8, 2019 #Featured
299 Views

ଭୁବନେଶ୍ବର:  ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଇସ୍ତଫା ଦେଇ ରାଜନୀତିରେ ପାଦ ଥାପିଛନ୍ତି  ସେ । ଆଉ ନଳିନୀଙ୍କ ବିଜେଡିରେ ଯୋଗଦେବା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ଯେ, ନଳିନୀ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ, ତାହା ଆଜି ସ୍ପଷ୍ଟ ହୋଇଯାଇଛି ଏବଂ ବିଧିବଦ୍ଧଭାବେ ଶଙ୍ଖ ଧରି ରାଜନୀତିକୁ ପ୍ରବେଶ କରିଛନ୍ତି ନଳିନୀ ।

ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବା ନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି । ରାଜନୀତି ସମୀକ୍ଷକଙ୍କ ମୁତାବକ ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି । କେବଳ ଏତିକି ନୁହେଁ, ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ଜଣେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଏକ ପୋଷ୍ଟର ଲାଗିଥିଲା।

By amfnews

Related Post