Sun. Nov 24th, 2024

ଭୁବନେଶ୍ୱରରେ ହୋଇପାରେ ଅଲମ୍ପିକ: ଆଇଓଏ ସଭାପତି ନରୀନ୍ଦ୍ର ବାତ୍ରା

By amfnews Jun 11, 2019 #Featured
112 Views

ନୂଆଦିଲ୍ଲୀ : ଓଡ଼ିଶାରେ ହେବ କି ୨୦୩୨ ମସିହାର ଅଲମ୍ପିକ | ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ କିଛି ଏଭଳି ଚର୍ଚ୍ଚାର ଖୋରାକ ସୃଷ୍ଟି ହୋଇଛି | ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ବା ଆଇଓଏ ଏଥିପାଇଁ ପ୍ରୟାସ କରିବ ବୋଲି ସଭାପତି କହିଛନ୍ତି | ୨୦୧୮ ମସିହାରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଓଡିଶା ଏବେ ପ୍ରମୁଖ ପସନ୍ଦ ପାଲଟିଛି | ୨୦୧୮ ମସିହା ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ସଫଳତାର ସହ ହକି ମହାକୁମ୍ଭ ଆୟୋଜନ ହୋଇଥିଲା |

ଏଥିପାଇଁ ୨୦୨୦ ଟୋକିଓ ଅଲମ୍ପିକ ଓ ୨୦୨୪,୨୦୨୮ ଅଲମ୍ପିକ ଗୁରୁତ୍ୱ ରଖୁଛି ବୋଲି ବାତ୍ରା କହିଛନ୍ତି | ବାତ୍ରାଙ୍କ ମତରେ ଭାରତ ଯଦି ୨୦୨୦ ସହ ୨୦୨୪ ୦ ୨୦୨୮ରେ ଦୁଇ ଅଙ୍କ ବିଶିଷ୍ଟ ମେଡାଲ ଜିତିବ ତାହେଲେ ବିଡ ପ୍ରକ୍ରିୟାରେ ଭାଗ ନେଇପାରିବ | ୨୦୨୪ରେ ଅତିକମରେ ୨୫ଟି ମେଡାଲ ଓ ୨୦୨୮ରେ ୩୫-୪୦ ମେଡାଲ ଜିତିବାର ଆଵଶ୍ୟକତା ରହିଛି | ନଚେତ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ୨୦୩୨ ପାଇଁ ହେବାକୁ ଥିବା ଅଲମ୍ପିକ କ୍ରୀଡା ପାଇଁ ବିଡରେ ଭାଗ ନେବାକୁ ବି ସୁଯୋଗ ଦେବ ନାହିଁ |

ଏହି ଅବସରରେ ବାତ୍ରା ସୂଚନା ଦେଇଛନ୍ତି ଯେ ୨୦୨୫ ମସିହାରେ ନିଷ୍ପତି ନିଆଯିବ ଯେ ୨୦୩୨ରେ ଅଲମ୍ପିକ କ୍ରୀଡା କେଉଁଠି ହେବ | ମୁମ୍ବାଇ,ଦିଲ୍ଲୀ ପରେ ଭୁବନେଶ୍ୱର ପ୍ରଥମ ପସନ୍ଦ ରହିଛି | ତିନିଟି ସହରକୁ ଭାରତୀୟ ଅଲମ୍ପିକ କମିଟି ଚୟନ କରିଛି | ବାତ୍ରା କହିଛନ୍ତି ଯେ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାର ଅଭିଜ୍ଞତା ଥିବା ସହ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ସ୍ଥାନକୁ ପ୍ରାଥମିକତା ଦିଆଯାଇଛି |

By amfnews

Related Post