Sat. Nov 23rd, 2024

ଭୁବନେଶ୍ୱରରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନିଲାମ ପ୍ରକ୍ରିୟାର ରୋଡ ସୋ

By Naresh Kumar Jun 9, 2018 #Featured
220 Views

ଭୁୁବନେଶ୍ୱର, ୦୯ ଜୁନ – ମୋଦି ସରକାର କ୍ଷମତାକୁ ଆସିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିବର୍ତନ କରିବା ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛନ୍ତି ଓ ଓଡିଶା ଭଳି ରାଜ୍ୟ ଏହାର ବଡ ଲାଭାର୍ଥୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଠାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନିଲାମ ପ୍ରକ୍ରିୟାର ନବମ ରାଉଣ୍ଡ ଭୁବନେଶ୍ୱର ରୋଡ ସୋ ଆୟୋଜନ ଅବସରରେ ଏକାଠି ହୋଇଥିବା ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣକାରୀ ଓ ସମବେତ ଜନତାକୁ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱର ସହରରେ ପାଇପ ଯୋଗେ ସିଟି ଗ୍ୟାସ ପ୍ରକଳ୍ପ ଆରମ୍ଭ ହୋଇ ସାରିଥିବା ବେଳେ କଟକରେ ଏହା ଶୀଘ୍ର କାର୍ଯ୍ୟକାରୀ ହେବା ଭୁବନେଶ୍ୱରରେ ସିଏନଜି ଷ୍ଟେସନ ଖୋଲି ସାରି ଥିବା ବେଳେ କଟକରେ ଏହା ଆଜି ଠାରୁ ଏହା ଦୁଇଟି ଷ୍ଟେସନରେ ଆରମ୍ଭ ହେବ ।
ଓଡିଶା ଭଳି ରାଜ୍ୟରେ ଏବେ ଗ୍ୟାସ ଉତ୍ପାଦନ ହେଉ ନ ଥିଲେ ମଧ୍ୟ ସମୁଦ୍ର ଭିତରୁ ପ୍ରାକୃତିକ ଗ୍ୟାସ ଖୁବ ଶୀଘ୍ର ଆସିବ । ତାଳଚେର ଠାରେ କୋଇଲାରୁ ଗ୍ୟାସ ଉତ୍ପାଦନ କାର୍ଯ୍ୟ ଗେଲ ଆରମ୍ଭ କରିଛି । ପେଟକୋକ ଓ କୋଇଲା ମିଶାଇ ଇଣ୍ଡିଆନ ଅଏଲ ସିନ୍ଥେଟିକ ଗ୍ୟାସ ଉତ୍ପାଦନ କରୁଛି । ବିଶ୍ୱ ବଜାରରୁ ଧାମରା ବନ୍ଦରକୁ ଏଲଏନଜିର ବଡ ଜାହାଜ ଆସୁଛି ।

ଓଡିଶାରେ ଏଲଏନଜି ଟର୍ମିନାଲ ଓ ମୂଳ ଗ୍ୟାସ ପାଇପଲାଇନ ସହ ଉପ ପାଇପ ଲାଇନ ଯୋଗେ ସିଟି ଗ୍ୟାସ ନେଟବାର୍କ ତିଆରି କରା ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ୧୯ଟି ଜିଲ୍ଲା ଯାହା ରାଜ୍ୟର ୬୦ ଭାଗ ଭୌଗଳିକ ସୀମା ଓ ୮୫ ପ୍ରତିଶତ ଲୋକଙ୍କର ବାସସ୍ଥଳୀ ଏହାର ସହରାଂଚଳ ଗୁଡିକରେ ପାଇପ ଯୋଗେ ଗ୍ୟାସ ପହଂଚା ଯିବ ।

ଜଣେ ସାଧାରଣ ଅଟୋ ଚାଳକ ପେଟ୍ରୋଲ, ଡିଜେଲ ବଦଳରେ ସିଏନଜି ବ୍ୟବହାର କଲେ ଦିନକୁ ୨ ଶହ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ ଖର୍ଚ କମ ହେବ । ଟ୍ୟାକ୍ସି ଚାଳକ ଓ କାର ଚଳାଉଥିବା ମଧ୍ୟମ ବର୍ଗୀୟ ଲୋକ ମାନଙ୍କୁ ଆର୍ଥିକ ଫାଇଦା ମିଳିବ ।
ପୂର୍ବରୁ ଏଥିରେ ଅର୍ଥ ବିନିଯୋଗକାରୀ ମାନେ ବେବସାଇଟ ଓ ଦିଲ୍ଲୀରେ ଯୋଗାଯୋଗ କରୁଥିବା ବେଳେ ଏଥିରେ ଅର୍ଥ ଲଗାଣକାରୀ ମାନଙ୍କ ପାଇଁ ସୁବନ୍ଦୋବସ୍ତ ସହ ସିଧା ସିଧା ସେମାନଙ୍କ ସହିତ ସଂଯୋଗ ସ୍ଥାପନ କରା ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୋଦି ସରକାରଙ୍କର ତ୍ୱରିତ କ୍ରିୟାନ୍ୱୟନ ପାଇଁ ସ୍ୱାଧୀନତାର ୭୦ ବର୍ଷରେ ୧୧ ପ୍ରତିଶତ ଅଂଚଳରେ ଗ୍ୟାସ ନେଟବାର୍କ ପହଂଚି ଥିବା ବେଳେ ଗତ ଚାରି ବର୍ଷର ଯୋଜନା ଓ ୫-୭ ମାସର ଦୃଢ କ୍ରିୟାନ୍ୱୟନ ଯୋଗୁ ଦେଶର ୫୦ ଭାଗ ଅଂଚଳକୁ ଗ୍ୟାସ ଯୋଗେ ଯୋଡା ଯାଇ ମୋଦି ସରକାର ଅର୍ଥନୈତିକ ବିକାଶରେ ଏକ ସଫଳ ଦାୟିତ୍ୱ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Post